ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ନୂଆଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇଗଲା ଅଜଣା ଟ୍ରକ। ଏହି ଦୁର୍ଘଟଣାରେ ସ୍କୁଟିରେ ଥିବା ତିନିଜଣକ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି।

ଗୁରୁତରଙ୍କୁ ପ୍ରଥମେ ଜଶୀପୁର ଏବଂ ପରେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଜଣ ହେଲେ ଜଶୀପୁର ଥାନା ଅନ୍ତର୍ଗତ ସାନସିଆଲନଇଁ ଗାଁର ସୁରୁ ନାଏକ ଏବଂ ବାଉଁସନାଳୀ ଗାଁର ରାଜା ନାଏକ।

ସୁରୁ ନାଏକଙ୍କ ଅବସ୍ଥା ସାଙ୍ଘାତିକ ହେବାକୁ ତାଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ରାଜା ନାଏକ କରଞ୍ଜିଆ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ, ତିନି ଜଣ ସ୍କୁଟିରେ ବିଶୋଇ ପାଖ ମନଦାରୁ ଜଶୀପୁରର ସାନସିଆଲନଇଁକୁ ଫେରୁଥିଲେ। ତେବେ ନୂଆଗାଁ ନିକଟରେ ଏକ ଅଜଣା ଟ୍ରକ୍‌ ତାଙ୍କୁ ଧକ୍କା ଦେଇ ଉଭାନ୍‌ ହୋଇଯାଇଥିଲା ବୋଲି ଦୁର୍ଘଟଣାରେ ବର୍ତ୍ତିଯାଇଥିବା ତୃତୀୟ ବ୍ୟକ୍ତି କୁଶ ନାଏକ ସୂଚନା ଦେଇଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment