ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଏଏ, ଏନ୍‌ଆରସି ଓ ଏନ୍‌ପିଆରକୁ ନେଇ ବିଜେପି ଡୋର ଟୁ ଡୋର କ୍ୟାମ୍ପେନ କରିବ। ଏହାସହ ସମ୍ଵାଦିକ ସମ୍ମିଳନୀ ଓ ବୈଠକ ମଧ୍ୟ ଆୟୋଜନ କରାଯିବ।

ନାଗରିକତା ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆରସି) ଓ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ପିଆର)କୁ ନେଇ ଦେଶରେ ହିଂସା ଲାଗି ରହିଛି। ଏହାକୁ ବିରୋଧକରି ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବର୍ତ୍ତମାନ ଏହାକୁ ରୋକିବାକୁ ବିଜେପି ଜନଜାଗରଣ ଆରମ୍ଭ କରିବ। ଲୋକଙ୍କୁ ସଚେତନ କରିବାକୁ ଡୋର୍‌ ଟୁ ଡୋର୍ କ୍ୟାମ୍ପେନ କରିବ।

ବିଜେପି ଅନ୍ତରୀଣ ଅଧ୍ୟକ୍ଷ ଜେପି ନଡ୍ଡା ଜନଜାଗରଣ ପାଇଁ ଗଠନ ହୋଇଥିବା କମିଟିକୁ ନେଇ ଗୁରୁବାର ଏକ ବୈଠକ କରିଛନ୍ତି। ଦେଶରେ ୧୫ ଦିନ ଧରି ଜନଜାଗରଣ କାର୍ଯ୍ୟକ୍ରମ ଚାଲିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ମାଧ୍ୟମରେ ଡୋର୍ ଟୁ ଡୋର୍ କ୍ୟାମ୍ପେନ କରି ଲୋକଙ୍କୁ ସିଏଏ, ଏନ୍‌ଆରସି ଓ ଏନ୍‌ପିଆର୍‌ ବିଷୟରେ ସଚେତନ କରାଯିବ।

ଏହା ମାଧ୍ୟମରେ ବିଜେପି ଦେଶର ୩ କୋଟି ମୁସଲିମ ପରିବାର ପାଖରେ ପହଞ୍ଚିବ। ବିଜେପି ଏହି ସମସ୍ୟାକୁ ନେଇ ସାମ୍ଵାଦିକ ସମ୍ମିଳନୀ ଓ ବିଭିନ୍ନ ସଂଗଠନ ସହ ବୈଠକର ମଧ୍ୟ ଆୟୋଜନ କରିବ ବୋଲି ଜଣାପଡ଼ିଛି।

ସିଏଏ ଓ ଏନ୍‌ସିଆର୍‌କୁ ନେଇ ଲୋକେ ସରକାରଙ୍କୁ ବିରୋଧ କରୁଛନ୍ତି। ଏହି ବିରୋଧ ଯୋଗୁଁ କେତେକ ସ୍ଥାନରେ ହିଂସା ମଧ୍ୟ ଦେଖାଯାଇଛି। ହିଂସାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଏହି ହିଂସା ଯେପରି ଆଗକୁ ଉଗ୍ର ନହେଉ ସେନେଇ ବିଜେପି ଏହି ଜନଜାଗରଣ ଆରମ୍ଭ କରିଛି।

Comment