ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଏକ୍ସପ୍ରେସରେ ସ୍ଥାନ ପାଇଲା ଓଡ଼ିଶାର କଳା-ସଂସ୍କୃତି। ଭୁବନେଶ୍ୱର ଷ୍ଟେସନରେ ଉତ୍କଳର ସଂସ୍କୃତି ଓ କଳା ଚିତ୍ରିତ ହୋଇଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି।

ଓଡ଼ିଶାର କଳା ସଂସ୍କୃତିକୁ ସର୍ବଭାରତୀୟ ସ୍ତରରେ ଦେଖାଇବାକୁ ରାଜଧାନୀ ଏକ୍ସପ୍ରେସର ୩ଯୋଡ଼ା ଟ୍ରେନରେ ଓଡ଼ିଶାର ସଂସ୍କୃତିକୁ ଚିତ୍ରିତ କରାଯାଇଛି।

ରାଜଧାନୀ ଏକ୍ସପ୍ରେସ ବଗିରେ ଓଡ଼ିଶାର ବିଭିନ୍ନ ନୃତ୍ୟ ରୂପ ସହ ବିଭିନ୍ନ ପୌରାଣିକ କଥାବସ୍ତୁ ଆଦି ଚିତ୍ରିତ ହୋଇଛି। ବିଭିନ୍ନ ଗଛଲତା ତଥା ପଶୁପକ୍ଷୀ ଚିତ୍ର ରାଜଧାନୀ ଏକ୍ସପ୍ରେସର ବଗିରେ ଚିତ୍ରଣ କରାଯାଇଛି।

ଏଥସହିତ ଅଣସଂରକ୍ଷିତ ଟ୍ରେନ୍ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡିଆ ଭାଷା ପ୍ରଚଳନର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏଣିକି ଓଡ଼ିଶାର ୩୧୭ଟି ଷ୍ଟେସନରେ ଓଡ଼ିଆରେ ଟ୍ରେନ ଟିକେଟ ମିଳିବ। ଏହି ଉଦଘାଟନି ଉତ୍ସବରେ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ଉପସ୍ଥିତ ଥିଲେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ଓଡ଼ିଶାଲାଇଭ୍ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment