ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ଲହରି ଜାରି ରହିବ। ଆଜି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଝିପିଝିପି ବର୍ଷା ହେବ। ଶନିବାର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋହଲା ପାଗ ସାଙ୍ଗୁକ ସ୍ଥାନେ ସ୍ଥାନେ ଝିପିଝିପି ବର୍ଷା ଲାଗି ରହିଛି। ବାୟୁମଣ୍ଡଳ ଉପରିଭାଗରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌ ଯୋଗୁଁ ପାଗରେ ଏଭଳି ପରିବର୍ତ୍ତନ ଦେଖାଦେଇଛି। ଆଗାମୀ ୪ ଦିନ ଯାଏଁ ଏଭଳି କୋହଳା ପାଗ ରହିବ। ବିଭିନ୍ନ ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିବାର ସମ୍ଭାବନା ରହିଛି।

ଅନ୍ୟପଟେ ରାଜ୍ୟ ବାହାରେ ପଞ୍ଚାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ପ୍ରବଳରୁ ଅତିପ୍ରବଳ ଶୀତ ଅନୁଭୂତ ହେଉଛି। ସେହିଭଳି ଦିଲ୍ଲୀରେ ପ୍ରବଳ ଥଣ୍ଡା ଯୋଗୁଁ ବିମାନ ଓ ଟ୍ରେନ୍‌ ବିଳମ୍ବରେ ଚାଲୁଛି। ଅନେକ ବିମାନ ବାତିଲ ମଧ୍ୟ କରାଯାଇଛି।

Comment