ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ଭାଇ ନିଜ ଭଉଣୀକୁ ବଳି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ସଙ୍ଗିନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସାଲେବରଡ଼ ଗାଁରୁ। ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟ ଲୋକ ସିନ୍ଧିକେଲା ଥାନା ଘେରାଉ କରିଛନ୍ତି। ଅନ୍ୟପକ୍ଷରେ ପୋଲିସ ଅଭିଯୁକ୍ତ ଭାଇକୁ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି।

ସାଲେବରଡ଼ା ଗାଁର ମଶୁର ରଣାଙ୍କ ପୁଅ ସୋଭବନ ୫ଦିନ ତଳେ ବସ୍‌ ଷ୍ଟାଣ୍ଡକୁ ଛାଡ଼ିବାକୁ ଯିବାକୁ ୧୨ ବର୍ଷର ଭଉଣୀକୁ କହିଥିଲେ। ଭଉଣୀ ସୋଭବନକୁ ଛାଡ଼ିବାକୁ ଯାଇ ଆଉ ଫେରି ନଥିଲା। ପରେ ସୋଭବନ ନିଜ ଭଉଣୀକୁ ବଳି ଦେଇଥିବା ଗାଁ ଲୋକ ସନ୍ଦେହ କରିଥିଲେ। ସୋଭବନ ଗାଁ ଲୋକଙ୍କ ଆକ୍ରୋଶରୁ ବିଞ୍ଚିବା ପାଇଁ ଥାନାରେ ଆତ୍ମସମର୍ପଣ କରିଛି। ପୋଲିସ ତାକୁ ଅଟକ ରଖି ପଚରା ଉଚରା ଜାରି ରଖିଛି।

ଅନ୍ୟପକ୍ଷରେ ଅଭିଯୁକ୍ତକୁ ଗିରଫ ଦାବିରେ ଶତାଧିକ ଗାଁ ଲୋକ ଥାନା ଘେରାଉ କରିଛନ୍ତି। ସୋଭନ ପୂର୍ବରୁ ମଧ୍ୟ ଜଣ ନାବାଳିକାକୁ ବଳି ଦେଇ ଜେଲ ଯାଇଥିଲା। ବର୍ତ୍ତମାନ ସେ ଜାମିନ ପାଇ ବାହାରକୁ ଆସିଛି। ସେଥିପାଇଁ ଗାଁ ଲୋକ ସୋଭେନକୁ ସନ୍ଦେହ କରୁଛନ୍ତି। ନିଖୋଜ ନାବାଳିକାର ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ।

Comment