ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛିଦିନ ଧରି ରାଜ୍ୟରେ ପ୍ରବଳ ଶୀତଲହରୀ ପ୍ରବାହିତ ହେଉଛି। ତେବେ ଆହୁରି ୨ରୁ ୩ ଦିନ ଭୀଷଣ ଜାଡ଼ ଜାରି ରହିବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଶନିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

ଅନ୍ୟପକ୍ଷରେ ଜାନୁଆରି ୧ ଏବଂ ୨ ତାରିଖରେ ୭ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଜାଡ଼ର ମାତ୍ରା ବଢ଼ିବାର ଆଶଙ୍କା କରିଛି ପାଣିପାଗ କେନ୍ଦ୍ର।

ପ୍ରବଳ ଜାଡ଼ରେ ରାଜ୍ୟବାସୀ ହନ୍ତସନ୍ତ। ଏବେ ସାରା ରାଜ୍ୟରେ ଶୀତର ପ୍ରକୋପ ଅସମ୍ଭାଳ ହେବାକୁ ଲାଗିଲାଣି। ଜାଡ଼ ଆଉ ତା’ ସାଙ୍ଗକୁ ଶିତୁଆ ପବନରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ବିଶେଷ କରି ବୟସ୍କ ଲୋକମାନେ ପ୍ରବଳ ଜାଡ଼ରେ ପ୍ରଭାବିତ ହେଉଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment