ଓଡ଼ିଶାଲାଇଭ୍‌ ବ୍ୟୁରୋ   

ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍‌।

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁପ୍ରିମୋ ହେମନ୍ତ ସୋରେନ୍‌। ସେହେଲେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ। ରବିବାର ଦିନ ୨ଟାରେ ମୋରହାବାଦୀ ମଇଦାନ୍‌ରେ ଆୟୋଜିତ ଶପଥଗ୍ରହଣ ଉତ୍ସବରେ ହେମନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଝାଡ଼ଖଣ୍ଡର ସରକାର ଗଢ଼ିଲା ଜେଏମ୍‌ଏମ୍‌, କଂଗ୍ରେସ ଏବଂ ଆର୍‌ଜେଡି ମେଣ୍ଟ। ମେଣ୍ଟର ନେତୃତ୍ୱ ନେଇ ହେମନ୍ତ ସୋରେନ୍‌ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସୋରେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ରାହୁଲ ଗାନ୍ଧୀ, ମମତା ବାର୍ଜୀଙ୍କୁ ଦେଖିବାକୁ ମିଳିଛି। ତେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇପାରିନାହାନ୍ତି।

ଚଳିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନ୍‌ଙ୍କ ମେଣ୍ଟ ୮୧ ସିଟ୍‌ରୁ ୪୭ରେ ଜିତି ବହୁମତ ହାସଲ କରିଛି। ଏଥିରେ ଜେଏମ୍‌ଏମ୍‌ ୩୦ଟି ସିଟ୍‌ ପାଇଥିବା ବେଳେ କଂଗ୍ରେସ ୧୬ ଏବଂ ଆର୍‌ଜେଡି ଗୋଟିଏ ସିଟ୍‌ ପାଇଛି। ସେହିପରି ଜେବିଏମ୍‌ର ୩, ଏନ୍‌ସିପି ଓ ସିପିଆଇ ଏମ୍‌ଏଲ୍‌ର ଜଣେ ଜଣେ ବିଧାୟକ ସୋରେନ୍‌ଙ୍କ ମେଣ୍ଟକୁ ସମର୍ଥନ କରିଛନ୍ତି।

 

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment