ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପଇ ସୋରେନ। ରାଞ୍ଚିସ୍ଥିତ ରାଜଭବନଠାରେ ଶୁକ୍ରବାର ଦିନ ଚମ୍ପଇ ସୋରେନଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ।

ଜମି ଦୁର୍ନୀତି ମାମଲାରେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। ଏହା ପରେ ଚମ୍ପଇ ସୋରେନଙ୍କୁ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ କରିବାକୁ ସେ ଘୋଷଣା କରିଥିଲେ। ହେମନ୍ତ ସୋରେନ ଗିରଫ ହେବାର ୨ ଦିନ ପରେ ଝାଡ଼ଖଣ୍ଡକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ।

ଚମ୍ପଇ ସୋରେନଙ୍କ ସହ ଆଉ ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମାନେ ହେଲେ ଆରଜେଡି ବିଧାୟକ ସତ୍ୟାନନ୍ଦ ଭକ୍ତା ଓ କଂଗ୍ରେସ ବିଧାୟକ ଆଲାମଗିର ଆଲମ।

ନିଜ ପାଖରେ ୪୩ ଜଣ ବିଧାୟକଙ୍କର ସମର୍ଥନ ରହିଥିବା ଚମ୍ପଇ ସୋରେନ ଦାବି କରୁଥିବାବେଳେ ଆସନ୍ତା ୧୦ ଦିନ ଭିତରେ ଚମ୍ପଇ ସୋରେନଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ହେବ। ଝାଡ଼ଖଣ୍ଡ ବିଧାନସଭାରେ ୮୧ଟି ଆସନ ରହିଛି।

Tags: #Politics #JharkhandPolitics #ChampaiSoren #HemantSoren #OathTakingCeremony

Comment