ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ଆରମ୍ଭ କରିବ ଭିଜନ-୨୪। ଓସିଏ ପକ୍ଷରୁ ଆୟୋଜିତ ଏଜିଏମ୍‌ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଉଦୀୟମାନ ଖେଳାଳି ସୃଷ୍ଟି ପାଇଁ ଭିଜନ-୨୪ ଲକ୍ଷ୍ୟରେ ହେବ କାର୍ଯ୍ୟକ୍ରମ।

ଏହି ଭିଜନ-୨୪ ଦ୍ଵାରା ବନ୍ଦ ହୋଇଥିବା ୨ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୁଣି ଆରମ୍ଭ ହେବ। ଆସନ୍ତା ବର୍ଷରୁ ପୁଣି ଆନ୍ତଃସ୍କୁଲ ଓ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେବ। ଆନ୍ତଃସ୍କୁଲ କ୍ରିକେଟରୁ ଉଦୀୟମାନ ଖେଳାଳି ବାଛିବ ଓସିଏ। ଏହାସହ ଉଦୀୟମାନ ଖେଳାଳିଙ୍କୁ କ୍ରିକେଟ ଏକାଡେମୀରେ ରଖି ପାଠପଢ଼ା ଦାୟିତ୍ଵ ମଧ୍ୟ ନେବ ଓସିଏ।

ବୟସ ଜାଲିଆତି ରୋକିବା ଦିଗରେ ଓସିଏର ଏହା ଏକ ନୂଆ ପଦକ୍ଷେପ। ଖେଳାଳିଙ୍କର ଡାଟାବେସ୍‌ କରାଯିବ। ଏଥିରେ ସବୁ ଖେଳାଳିଙ୍କର ତଥ୍ୟ ରହିବ। ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

Comment