ଓଡ଼ିଶାଲାଇଭ୍‌ ବ୍ୟୁରୋ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପା-ମା’ଙ୍କ ଜୀବନ। ଅଳ୍ପକେ ବର୍ତ୍ତିଗଲା ୪ ମାସର ଶିଶୁକନ୍ୟା। ଏଭଳି ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିନନ୍ଦନପୁର ଖଡ଼ିବାହାଳ ଅନ୍ତର୍ଗତ ବାଘୁଆ ନାଳ ନିକଟରେ।

ଏହି ଦୁର୍ଘଟଣାରେ ଡୁବୁରି ନଡ଼ିଆଭଙ୍ଗା ଗାଁର ଦୁଃଖୀରାମ ମାରଣ୍ଡି ଓ ତାଙ୍କ ସ୍ତ୍ରୀ ପ୍ରାଣ ହରାଇଛନ୍ତି। ତାଙ୍କ ୪ ମାସର ଶିଶୁ କନ୍ୟା ଏଥିରୁ ବର୍ତ୍ତି ଯାଇଥିଲା ବେଳେ ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ଶିଶୁଟି ସୁରକ୍ଷିତ ଥିବା ଜଣାପଡ଼ିଛି।

Comment