ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ଆଜି ରାତି ୧ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଭଳି ନିଷ୍ପତ୍ତିକୁ ଛାତ୍ର କଂଗ୍ରେସ ବିରୋଧ କରିଛି। ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଘର ଆଗରେ ଧାରଣା ଦିଆଯାଇଛି।

ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ସରକାର ରାତି ୧ଟା ଯାଏଁ ବାର ଓ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ହକି ବିଶ୍ୱକପ୍‌ ସମୟରେ ମଧ୍ୟ ଦେଢ଼ ମାସ ଲାଗି ରାତି ୧ଟା ପର୍ଯ୍ୟନ୍ତ ବାର ଓ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହାପରେ ପୂର୍ବ ସମୟ ଅନୁଯାୟୀ ବାର୍‌ ଖୋଲା ଯାଇଥିଲା। କିନ୍ତୁ ଆଜି ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ୧୨ଟା ବଦଳରେ ରାତି ୧ଟା ଯାଏଁ ବାର୍‌ ଓ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଅବକାରୀ ବିଭାଗର କମିସନରଙ୍କୁ ଚିଠି ଲେଖିଛନ୍ତି।

Comment