ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ରାଜ୍ୟରେ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଫଳରେ ଜାନୁଆରି ୪ ତାରିଖ ଯାଏଁ ଶୀତ କମିବ। କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ାରେ ହାଲୁକା ବର୍ଷା ହୋଇପାରେ।

୨ ତାରିଖରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବା ବେଳେ ୩ରେ ଉତ୍ତର ଓଡ଼ିଶାରେ ବି ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି।

ଗତ କିଛିଦିନ ହେଲା ଜାଡ଼ରେ ଥରୁଛି ଓଡ଼ିଶା। ଦିନରେ ବି ଘରୁ ବାହାରି ପାରୁ ନାହାନ୍ତି ଲୋକେ। ସକାଳ ୧୦ଟା ଯାଏଁ କୁହୁଡ଼ି ସମଗ୍ର ପରିବେଶକୁ ଘୋଡ଼େଇକି ରଖୁଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

୪ ତାରିଖରେ ଭଦ୍ରକ, ବାଲେଶ୍ୱର, କଟକ, ମୟୁରଭଞ୍ଜ, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ୫ରୁ ପୁଣି ଥଣ୍ଡା ହେବାର ସମ୍ଭାବନା ରହିଛି।

Comment