ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଗ୍ର ରାଜ୍ୟରେ ଶୀତ ଦିନିଆ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ପକ୍ଷୀ ଗଣନା ଜାରି ରହିଛି। ଶିମିଳିପାଳ ଅଞ୍ଚଳକୁ ଲାଗିଥିବା ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଆଦି ତିନୋଟି ଫରେଷ୍ଟ ରେଞ୍ଜରେ ୧୦୦ରୁ  ଅଧିକ ଜଳାଶୟ ସ୍ଥାନରେ ଚାଲିଛି ପକ୍ଷୀ ଗଣନା।

ରେଞ୍ଜର ଓ ସହଯୋଗୀ କର୍ମଚାରୀଙ୍କ ସହାୟତାରେ ସକାଳ ୬ଟା ୩୦ରୁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଉଛି। ସ୍ଥାନୀୟ ପକ୍ଷୀ ପାଖାପାଖି ୧ହଜାର ୧୦୦ରୁ ଅଧିକ ଆସିଥିବା ବେଳେ ଗଡ଼ୱାଲ, ଲିଟିଲ କାର୍ବୋରେଣ୍ଟ, ଲଫାଙ୍ଗ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବାର ସୂଚନା ମିଳିଛି। ପୂର୍ବ ବର୍ଷ ଅପେକ୍ଷା ଏଥର ଅଧିକ ବିଦେଶୀ ପକ୍ଷୀ ଆସିବାର ସମ୍ଭାବନା ରହିଛି।

ଆଜିଠୁ ରାଜ୍ୟର ବିଭିନ୍ନ ବନଖଣ୍ଡ ଓ ଜଳାଶୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହି ଗଣନାରେ ୧ ହଜାରରୁ ଅଧିକ ସଦସ୍ୟ ବିଭିନ୍ନ ଟିମ୍‌ରେ ସାମିଲ ହୋଇଛନ୍ତି। ଚିଲିକା, ଭିତରକନିକା ଏବଂ ହୀରାକୁଦ ଜଳଭଣ୍ଡାରକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ବନଖଣ୍ଡ ଓ ଜଳାଶୟରେ ପକ୍ଷୀ ଗଣନା କରାଯାଉଛି।

Comment