ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ବଢ଼ିବାରେ ଲାଗିଛି ଜନନୀ ଯନ୍ତ୍ରଣା। କେତେବେଳେ ଖଟିଆରେ ବୁହା ହୋଇ ତ କେତେବେଳେ କାନ୍ଧରେ ବୁହା ହେଉଛନ୍ତି ଗର୍ଭବତୀ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ହରଡାଗୁଡା ପଞ୍ଚାୟତରେ ଆଜି ପୁଣି ଏଭଳି ଗୋଟିଏ ଘଟଣା ଦେଖିବାକୁ ମିଳିଛି।

ରାସ୍ତା ଖରାପ ଯୋଗୁଁ ଅପହଞ୍ଚ ଅଞ୍ଚଳକୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗାଁ ଲୋକେ ଖଟିଆରେ ମହିଳାଙ୍କୁ ବୋହି ନଦୀ ପାର କରାଇଛନ୍ତି। ଆଶା କର୍ମୀ ଏବଂ ଗାଁ ଲୋକମାନଙ୍କ ଦ୍ୱାରା ଗର୍ଭବତୀ ଜଣକୁ ନଦୀ ପାର କରି ଭଡ଼ା ଅଟୋରେ ଡାକ୍ତରଖାନାକୁ ନିଆଯାଇଛି।

ଅନ୍ୟପକ୍ଷରେ ରାସ୍ତାଘାଟର ସମସ୍ୟା ଏବଂ ଉକ୍ତ ନଦୀ ଉପରେ ପୋଲ ନଥିବାରୁ ବାରମ୍ବାର ଏମିତି ଘଟଣା ଘଟୁଥିବାରୁ ସଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Comment