ଓଡ଼ିଶାଲାଇଭ୍‌ ବ୍ୟୁରୋ

କଲର୍ସ ଟିଭିରେ ପ୍ରସାରିତ ଟେଲିଭିଜନ ରିୟାଲିଟି ସୋ’ ବିଗ୍‌ବସ୍‌କୁ ନେଇ ବର୍ତ୍ତମାନ ଲୋକମାନଙ୍କ କ୍ରେଜ୍‌ କହିଲେ ନସରେ। ଲୋକପ୍ରିୟତାଙ୍କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଗ୍‌ବସ୍‌ର ସୋ’ର ସମୟସୀମାକୁ ପାଖାପାଖି ୪୦ ଦିନ ବଢ଼ାଇ ଦିଆଯାଇଛି। ନିକଟରେ ବିଗ୍‌ବସ୍‌ ସୋ’ରେ ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରଭୁଙ୍କ ଛପନଭୋଗ ବିଷୟରେ କଥା ପଡ଼ିଥିଲା। ଯାହାର ଭିଡିଓ ବର୍ତ୍ତମାନ ସାରା ଓଡ଼ିଶାରେ ଭାଇରାଲ ହେଉଛି।

ଛପନଭୋଗ କ’ଣ, ଏହା କିଭଳି ପ୍ରସ୍ତୁତ ହୁଏ ଏନେଇ ବିଗ୍‌ବସ୍‌ ହାଉସ୍‌ ଭିତରେ ଥିବା ପ୍ରତିଯୋଗୀ ଆଲୋଚନା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସେଫାଲି ଜରିୱାଲା, ଆରତି ସିଂହ, ସିଦ୍ଧାର୍ଥ ସୁକ୍ଳା ଏବଂ ପାରସ ଛାବ୍ରା କଥା ହେଉଥିବା ସମୟରେ ପୁରୀ ଶ୍ରୀମନ୍ଦିର କଥା ପଡ଼ିଥିଲା। ଏହାପରେ ଆରମ୍ଭ ହୋଇଥିଲା ଛପନଭୋଗ ପ୍ରସଙ୍ଗ।

ଆଲୋଚନାରେ ସିଦ୍ଧାର୍ଥ ସୁକ୍ଳା ଛପନଭୋଗର ସ୍ୱାଦକୁ ବେଶ୍‌ ପ୍ରଶଂସା କରିଥିଲେ। ଏହାପରେ ଆରତି ସିଂହ ଛପନ ଭୋଗର ଅର୍ଥ ପଚାରିବାରୁ ଏହା ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଥିବା ୫୬ଟି ସ୍ୱାଦିଷ୍ଟ ଖାଦ୍ୟ ବୋଲି କହିଥିଲେ ସେଫାଳି ଜରିୱାଲା।

ଏତିକିବେଳେ ପାରସ ଛାବ୍ରା ଛପନଭୋଗ କିଭଳି ପ୍ରସ୍ତୁତି ହୁଏ ସେ ବିଷୟରେ କହିଥିଲେ। ପ୍ରଥମେ ହାଣ୍ଡି ଉପରେ ହାଣ୍ଡି ରଖାଯାଇ ଗୋଟିଏ ଚୁଲିରେ ଏହା ହୋଇଥାଏ। ଏହିଭଳି ଗୋଟିଏ ନିଆଁରେ ପ୍ରସ୍ତୁତ ହୋଇଥାଏ ସମ୍ପୂର୍ଣ୍ଣ ଛପନଭୋଗ। ପାରସ ଏହି କଥାକୁ ବିଗ୍‌ବସ୍‌ ହାଉସ୍‌ରେ କହିଥିଲେ, ଯାହା ବର୍ତ୍ତମାନ ସାରା ଓଡ଼ିଶାରେ ଚର୍ଚ୍ଚା ହେଉଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment