ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ବିଭିନ୍ନ ସ୍ଥାନରେ ବୁଲୁଥିବା ମାନସିକ ବିକାର ଗ୍ରସ୍ତ ଏବଂ ଭିକ୍ଷା ବୃତ୍ତି କରୁଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳରେ ଥଇଥାନ କରାଯାଉଛି। ପ୍ରବଳ ଥଣ୍ଡା ଯୋଗୁଁ ଶୀତରେ ଅସହାୟ ଅବସ୍ଥାରେ ଥିବା ଏହି ଲୋକମାନଙ୍କ ପାଇଁ ବାରିପଦାଠାରେ ଥିବା ପ୍ରମୁଖ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆରଡିଏସି ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି।

ବାରିପଦା ସହରର ଥିବା କୃଷ୍ଣ ଚନ୍ଦ୍ର ଗୋଲେଇ ଏବଂ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିର ନିକଟରୁ ୫ ଜଣ ଅସହାୟ ଭିକାରୀମାନଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ନୂତନ ବସ୍ତ୍ର ଏବଂ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା।

ଅସହାୟ ବ୍ୟକ୍ତିମାନେ ଏହି କାର୍ଯ୍ୟ ପାଇଁ ସ୍ଵେଚ୍ଛାସେବୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଆରଡିଏସିର ସମ୍ପାଦକ ବିଜୟ ବେହେରାଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ଆଗାମୀ ଦିନରେ ମଧ୍ୟ ଚାଲୁରହିବ ବୋଲି ସ୍ୱଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Comment