ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଇ-ମେଧାବୃତ୍ତି ଆବେଦନ ଓ ନବୀକରଣ ସମୟକୁ ବୃଦ୍ଧି କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାନୁଆରି ୩୧ ଯାଏଁ ଉଭୟ ନବୀକରଣ ଓ ଆବେଦନ କରିପାରିବେ।

ଉଭୟ ସାମ୍ସ ଓ ଅଣସାମ୍ସ ଶିକ୍ଷାନୁଷ୍ଠାନ ପାଇଁ ଏହି ନିୟମ ଲାଗୁ ହେବ। ଆବେଦନ କରିସାରିବା ପରେ ଛାତ୍ରଛାତ୍ରୀମାନେ କଲେଜଗୁଡ଼ିକରେ ଫର୍ମ ଦାଖଲ କରିପାରିବେ। ଏହାପରେ ଫେବ୍ରୁଆରି ୧୫ ସୁଦ୍ଧା କର୍ତ୍ତୃପକ୍ଷ ଫର୍ମଗୁଡ଼ିକ ଯାଞ୍ଚ କରିବେ।

ପୂର୍ବରୁ ଆବେଦନ ଓ ନବୀକରଣର ସମୟସୀମା ଡିସେମ୍ଵର ୩୧ ଯାଏଁ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ରଖାଯାଇଛି। ଆବେଦନ କରିବାପାଇଁ ଛାତ୍ରଛାତ୍ରୀ ଓ୍ଵେବସାଇଟ୍‌ http://www.medhabruti.org/ କୁ ଯାଇ ଆବେଦନ କରିପାରିବେ।

Comment