ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରପଡ଼ା ଜେଲ ଗଲେ ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ। ରିମାଣ୍ଡ ଶେଷ ହେବା ପରେ ବିଜୟ କେତନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଆସନ୍ତା ୮ ତାରିଖରେ ବିଜୟ କେତନଙ୍କ ଜାମିନ ଆବେଦନର ଶୁଣାଣି ହେବ। ଲକ୍ଷେ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବିଜୟ କେତନ।

୨୦୧୯ ଡିସେମ୍ଵର ୩୦ ତାରିଖରେ ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରା ପଡ଼ିଥିଲେ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ। ଭିଜିଲାନ୍ସ ଦ୍ଵାରା ସେ ଗିରଫ ହୋଇଥିଲେ। ପରେ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ଵନ କରିଥିଲେ।

ଗିରଫ ହେବା ପରେ ତାଙ୍କୁ ୬ ଦିନ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଜାନୁଆରି ୫ ତାରିଖ ଯାଏଁ ସେ ରିମାଣ୍ଡରେ ରହିଥିଲେ। ଆଜି ତାଙ୍କ ରିମାଣ୍ଡର ଅବଧି ଶେଷ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Comment