ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ। ନବୀନ ନିବାସରେ ମୋ ପରିବାର ବୈଠକ ପରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ପରିବେଶ ସୁରକ୍ଷା, ରକ୍ତଦାନ ଓ ପ୍ରବାସୀ ଓଡ଼ିଆଙ୍କୁ ସହାୟତା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ୩ଟି ବିଭାଗ ଉପରେ ଓଡ଼ିଶା ମୋ ପରିବାର କାର୍ଯ୍ୟ କରିବ ବୋଲି କହିଛନ୍ତି ଆବାହକ ଅରୂପ ପଟ୍ଟନାୟକ।

ରବିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମର ପ୍ରଥମ ଆନୁଷ୍ଠାନିକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ପରିବେଶ ସୁରକ୍ଷା ଦାୟିତ୍ଵରେ ସାଂସଦ ପିନାକୀ ମିଶ୍ର ରହିବେ। ସେହିପରି ପ୍ରବାସୀ ଓଡ଼ିଆଙ୍କ କଥା ବୁଝିବେ ସାଂସଦ ଚନ୍ଦ୍ରଶେଖର ସାହୁ ଓ ସ୍ଵାସ୍ଥ୍ୟ ଦାୟିତ୍ଵ ବୁଝିବେ ବିଧାୟକ ଅତନୁ ସବ୍ୟସାଚୀ ନାୟକ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁମ୍ବାଇ ପୋଲିସ କମିସନର ଅରୂପ ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ଵ ଦିଆଯାଇଛି। ସେହିପରି ପୁରୀ ସାଂସଦ ପିନାକୀ ମିଶ୍ର, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମହାକାଳପଡ଼ା ବିଧାୟକ ଅତନୁସବ୍ୟସାଚୀ ନାୟକ ଓ ବରିଷ୍ଠ ନେତା ନଳିନୀକାନ୍ତ ପ୍ରଧାନଙ୍କୁ ସହ ଆବାହାକ ଦାୟିତ୍ଵରେ ରହିଛନ୍ତି।

ପୂର୍ବରୁ ରାଜ୍ୟ ସରାକରଙ୍କ ଦ୍ଵାରା ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ ଡାକ୍ତରଖାନା ଓ ଥାନାରେ ଲୋକଙ୍କୁ କିପରି ସେବା ମିଳୁଛି, ସେ ବିଷୟରେ ଜାଣିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଥିଲେ।

Comment