ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଲାବୋରେଟୋରୀ ଆସିଷ୍ଟାଣ୍ଟ୍ କମ୍ ଷ୍ଟୋରକିପର ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ ପକ୍ଷରୁ ଜାରି କରାଯାଇଛି। ଏହି ସମସ୍ତ ନିଯୁକ୍ତି ଚୁକ୍ତିଭିତ୍ତିକ ରହିବ। ଇଚ୍ଛୁକ ପ୍ରାର୍ଥୀ ଜାନୁଆରି ୩୦ ଯାଏଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା ଓ ସଂରକ୍ଷଣ

  • ଫିଜିକ୍ସ – ୬୦
  • କେମିଷ୍ଟ୍ରୀ – ୬୮
  • ବଟନୀ – ୬୨
  • ଜୁଲୋଜି – ୫୭
  • ଜିଓଲୋଜି – ୬
  • ଷ୍ଟାଟିସଟିକ୍ସ୍ -୫
  • ଆନ୍ଥ୍ରୋପୋଲୋଜି – ୬
  • ଜିଓଗ୍ରାଫି – ୫
  • ଏଜୁକେସନ୍ – ୭
  • ହୋମସାଇନ୍ସ – ୮
  • ସାଇକୋଲୋଜି – ୧୧

ଶିକ୍ଷାଗତ ଯୋଗ୍ୟତା

ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ନିଜ ବିଷୟରେ ଅନର୍ସ ସହିତ ବ୍ୟାଚେଲର୍ ଡିଗ୍ରୀ ହାସଲ କରିଥିବେ। ମାଧ୍ୟମିକ ଶିକ୍ଷାରେ ଦଶମ କିମ୍ବା ସପ୍ତମ କିମ୍ବା ମାଇନ୍‌ର ଯାଏଁ ଓଡ଼ିଆକୁ ବିଷୟ ଭାବରେ ରଖି ପାଠ ପଢିଥିବା ଆବଶ୍ୟକ।

ବୟସ

୨୦୧୮ ମସିହା ଜାନୁଆରି ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୨ ବର୍ଷ ଭିତରେ ହୋଇଥିବ। ଏସସି, ଏସଟି, ଏସଇବିସି ଓ ମହିଳାଙ୍କ ପାଇଁ ୫ ବର୍ଷ କୋହଳ କରାଯାଇଛି। ଭିନ୍ନକ୍ଷମ (ପି.ଡବ୍ଲୁ.ଡି) ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷ କୋହଳ।

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା

ଦରମା

୧୬,୮୮୦ ଟଙ୍କା

ଆବେଦନ ଫି

ଏସସି, ଏସଟି ଓ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ବାଦ ଦେଇ ଅନ୍ୟ ପ୍ରାର୍ଥୀମାନଙ୍କୁ ଅନଲାଇନ୍‌ରେ ୨୦୦ ଟଙ୍କା ପରୀକ୍ଷା ଫି’ ଦାଖଲ କରିବାକୁ ପଡ଼ିବ।

ଏହି ପଦବୀଗୁଡ଼ିକ ପାଇଁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ। ଆବେଦନ ତାରିଖ ସଂପର୍କରେ ଓଡିଶା ଷ୍ଚାଫ ସିଲେକସନ୍ କମିସନଙ୍କ ପକ୍ଷରୁ ଆଗାମୀ ଦିନରେ ସୂଚନା ଦିଆଯିବ। ପଦବୀ ସଂପର୍କିତ ସବିଶେଷ ତଥ୍ୟ www.ossc.gov.in ରେ ଲଗଅନ୍ କରି ଆଗ୍ରହୀ ପ୍ରାର୍ଥୀ ଜାଣିପାରିବେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment