ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟ୍‌ଖା ଖାଇକି ଯାଉଥିଲେ ହୋଇଯାନ୍ତୁ ସାବଧାନ, ନହେଲେ ଗଣିବେ ତଣ୍ଡ। ମନ୍ଦିର ପରିସର ଭିତରକୁ ପାନ, ଗୁଟ୍‌ଖା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରବେଶ କରିବା ନିଷେଧ କରାଯାଇଛି। ନିୟମ ନମାନିଲେ ଉଲ୍ଲଘଂନକାରୀଙ୍କ ବିରୋଧରେ ୧୦୦ ଟଙ୍କା ଫାଇନ ଆଦାୟ କରାଯିବ।

ଜାନୁଆରି ୧୫ ତାରିଖରୁ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏନେଇ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମନ୍ଦିର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ପୂର୍ବରୁ ନଭେମ୍ଵର ୧ ତାରିଖରୁ ମଧ୍ୟ ଏହି ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ କୌଣସି କାରଣରୁ ହୋଇପାରିନଥିଲା। ବର୍ତ୍ତମାନ ପୁଣି ଏହାକୁ ୧୫ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯିବ।

Comment