ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାଠାରେ ମାତ୍ର ୩୦୦ ଟଙ୍କା ପାଇଁ ସ୍ତ୍ରୀ’କୁ ହତ୍ୟା କରିବା ଘଟଣା। ଏଥିରେ ମୁଖ୍ୟ ଅଭିଯୁକ୍ତ ସ୍ଵାମୀ ରମେଶ ପରଜା ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ ଭାସ୍କର ଡଙ୍ଗରି, ସନ୍ତୋଷ ହରିଜନ, ବୁଦୁ ମୁଦୁଲି।

ରମେଶ ଜାନୁଆରି ୨ ତାରିଖରେ ୩୦୦ ଟଙ୍କା ପାଇଁ ସ୍ତ୍ରୀ ଡମୁଣି ପରଜାକୁ ହତ୍ୟା କରି ୩ ତାରିଖ ଦିନ ଶଶ୍ମାନରେ ପୋତି ଦେଇଥିଲା। ଏନେଇ ସ୍ତ୍ରୀ ଡମୁଣିର ଭାଇ ସଦର ଥାନାରେ ଅଭିଯୋଗ କରିବାରୁ ପୋଲିସ ଶଶ୍ମାନର ମାଟି ତଳୁ ଶବକୁ ଉଦ୍ଧାର କରିଥିଲା। ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

କିଛିଦିନ ତଳେ ସ୍ୱାମୀ ରମେଶ ସ୍ତ୍ରୀ ଡମୁଣିକୁ ୩ଶହ ଟଙ୍କା ଦେଇଥିଲା। ସେହି ୩୦୦ ଟଙ୍କାରେ ଡମୁଣି ଘର ଜିନିଷ କିଣି ଖର୍ଚ୍ଚ କରିଦେଇଥିଲା। ପରେ ଜାନୁଆରି ୨ ତାରିଖ ରାତିରେ ରମେଶ ମଦ ପିଇ ଆସି ୩ଶହ ଟଙ୍କା ମାଗିଥିଲା। କିନ୍ତୁ ଡମୁଣି ସେହି ୩୦୦ ଟଙ୍କାରେ ଘର ଜିନିଷ କିଣି ଦେଇଥିବା କହିଥିଲା। ଏହାପରେ ରମେଶ ରାଗିଯାଇ ଡମୁଣିକୁ ପ୍ରବଳ ମାଡ଼ ମାରିଥିଲା ଫଳରେ ଡମୁଣିର ମୃତ୍ୟୁ ହୋଇଥିଲା। ଏହାପରେ ରମେଶ ୩ ଜଣଙ୍କ ସହଯୋଗରେ ମୃତଦେହକୁ ମଶାଣିକୁ ନେଇ ପୋତି ଦେଇଥିଲା।

Comment