ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ବନ୍ଦ ବେଳେ ବିନା ହେଲମେଟ୍‌ରେ ରାଲି ପାଇଁ ହେବ ଜରିମାନା। ସିସିଟିଭି ଫୁଟେଜ୍‌ ଆଧାରରେ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ଆଜି ଟ୍ରେଡ୍ ୟୁନିୟନ ତରଫରୁ ଭାରତ ବନ୍ଦ କରାଯାଇଛି। ଏହି ସମୟରେ ବିନା ହେଲମେଟ୍‌ରେ ବିକ୍ଷୋଭକାରୀ ରାଲି କରିଥିବାର ନଜର ଆସିଥିଲେ।

ଏହା ପୂର୍ବରୁ ଦଳୀୟ ରାଲିରେ ବିନା ହେଲମେଟ୍‌ରେ ବାଇକ ଚଲାଇ ଫାଇନ ଗଣିଥିଲେ ବିଜେଡି କର୍ମୀ। ପ୍ରାୟ ୫୦ ଜଣ ବିଜେଡି କର୍ମୀ ୧ ହଜାର ଟଙ୍କା ଲେଖାଏଁ ଜରିମାନା ଦେଇଥିବା ସୂଚନା ମିଳିଛି।

୧୨ ଦଫା ଦାବି ନେଇ ଆଜି ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ। ଏହି ବନ୍ଦ ପାଳନ ଫଳରେ ସାରା ଦେଶରେ ଯାତାୟତ ପ୍ରଭାବିତ ହୋଇଛି। ବସ୍‌, ଅଟୋ, କାର୍‌ ଆଦି ଚଳାଚଳ ମଧ୍ୟ ବନ୍ଦ ହୋଇଛି। ବନ୍ଦ ଯୋଗୁଁ କିଛି ଟ୍ରେନ ମଧ୍ୟ ବାତିଲ କରାଯାଇଛି। ଫଳରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଏହି ବନ୍ଦର ଡାକରା ଦେଇଛି। ଏହାକୁ ଓଡ଼ିଶାରେ କଂଗ୍ରେସ ଦଳ ମଧ୍ୟ ସମର୍ଥନ ଜଣାଇଛି। ସାରା ଭାରତରେ ବନ୍ଦ ପାଳନ ହେବା ଦ୍ୱାରା ଗାଡ଼ି ମୋଟର ଚଳାଚଳ ଉପରେ ପ୍ରଭାବ ପଡ଼ିଛି।

Comment