ଓଡ଼ିଶାଲାଇଭ୍ ବ୍ୟୁରୋ
ଇରାନ ଓ ଆମେରିକା ତିକ୍ତତା ମଧ୍ୟରେ ଆଜି ଇରାନରେ ଏକ ବିମାନ ଦୁର୍ଘଟଣା ହୋଇଥିଲା। ଫଳରେ ୧୭୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ଇରାକ, ଇରାନ ଆକାଶରେ ସାମୟିକ ବିମାନ ଉଡ଼ାଣ ବନ୍ଦ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।
ବାଗଦାଦ ଦୂତାବାସ, ଏର୍ବିଲସ୍ଥିତ କନସୁଲେଟଙ୍କୁମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଇରାକରେ ଭାରତୀୟଙ୍କୁ ଜରୁରୀ କାର୍ଯ୍ୟ ବିନା ବାହାରକୁ ନଆସିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ଟୁଇଟ କରି ଏହି ପରାମର୍ଶ ଦେଇଛନ୍ତି।
ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଭାରତର ବିଦେଶ ମନ୍ତ୍ରାଳୟ ଏହି ଆଡଭାଇଜରି ଜାରି କରିଛି।