ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ସୈନ୍ୟ କ୍ୟାମ୍ପ ଉପରେ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଛି ଇରାନ୍। ଏଥିରେ ୨୦ ଜଣ ଆମେରକୀୟ ଯବାନଙ୍କ ସହ ମୋଟ୍ ୮୦ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ଜଣାପଡ଼ିଛି।

ମଙ୍ଗଳବାର ମଧ୍ୟରାତ୍ରରେ ଇରାକ ସ୍ଥିତ ଆମେରିକାର ସୈନ୍ୟ କ୍ୟାମ୍ପ ଉପରେ ଇରାନ୍ ଆକ୍ରମଣ କରିଥିଲା। ୧୨ରୁ ଅଧିକ ବାଲାଷ୍ଟିକ୍ ମିସାଇଲ୍ ସାହାଯ୍ୟରେ ଇରାନ୍ ଏହି ଆକ୍ରମଣ କରିଥିବା ଘୋଷଣା କରିଛି। ଇରାନର ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେଉଥିବାବେଳେ ଏପର୍ଯ୍ୟନ୍ତ ଆମେରିକା ତରଫରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

କିଛି ଦିନ ଧରି ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ଇରାକର ବାଗଦାଦ୍ ବିମାନବନ୍ଦର ଉପରେ ଆକ୍ରମଣ କରି ଇରାନର ସୈନ୍ୟ କମାଣ୍ଡର କାସିମ ସୁଲେମାନୀଙ୍କୁ ହତ୍ୟା କରିଥିଲା। ଏହାପରେ ଇରାନ୍ ମଧ୍ୟ ଏହାର ପ୍ରତିଶୋଧ ନେବ ବୋଲି ଘୋଷଣା କରିଛି। ଖୁବଶୀଘ୍ର ଆମେରିକାକୁ ଏହାର ଜବାବ୍ ଦିଆଯିବ ବୋଲି ଇରାକ୍ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ବିଶ୍ୱ ଆଉ ଏକ ବିଶ୍ୱଯୁଦ୍ଧ ଆଡ଼କୁ ଅଗ୍ରସର ହେବ ବୋଲି ବର୍ତ୍ତମାନ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here