ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଘଟଣା ନେଇଗଲା ମା’-ପୁଅଙ୍କ ଜୀବନ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥର ଚାଇଁନେବଦା ନିକଟରେ। ଅଜଣା ଗାଡ଼ି ଧକ୍କାରେ ୬ ବର୍ଷର ପୁଅ ସହିତ ମା’ର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଚାଇଁନେବଦା ଗ୍ରାମର ତ୍ରିଲୋଚନ ନାୟକଙ୍କ ପତ୍ନୀ ସବିତା ନାୟକ ଏବଂ ତାଙ୍କର ଛଅ ବର୍ଷର ପୁଅ ଶଙ୍କର।

ସବିତା ରାସ୍ତାର ଅପର ପାର୍ଶ୍ଵରେ ଥିବା ନଳକୂପରୁ ପାଣି ନେଇ ରାସ୍ତା ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାସହ ସାଙ୍ଗରେ ଥିବା ୬ ବର୍ଷର ପୁଅ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛି।

ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିର କୌଣସି ପତ୍ତା ମିଳିପାରିନାହିଁ। ସ୍ଥାନୀୟ ଲୋକେ କିଛି ସମୟ ପାଇଁ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ଯଶିପୁର ପୋଲିସ ଘଟଣାର ତଦନ୍ତ କରୁଛି। କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Comment