ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭତ୍ତା ପାଇଁ ଯାଉଥିଲା ବେଳେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ। ଏଭଳି ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଇଗଣବାଡ଼ିଆ ପଞ୍ଚାୟତ ୧୮ ନମ୍ଵର ଜାତୀୟ ରାଜପଥ ନିକଟରେ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ମୃତକ ଜଣକ ହେଉଛନ୍ତି ଚାଉଳଘେରି ଗାଁର ୭୦ ବର୍ଷୀୟ ସୁନି ସିଂ। ସୁନି ମୟୂରଭଞ୍ଜ ଜିଲ୍ଲାର ବାଇଗଣବାଡ଼ିଆ ପଞ୍ଚାୟତକୁ ନିଜର ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଉଥିବା ବେଳେ ୧୮ ନମ୍ଵର ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡି ସୁନି ସିଂକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ କ୍ଷତି ପୂରଣ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ। ଅନେକ ସମୟ ଧରି ଜାତୀୟ ରାଜପଥକୁ ଅବରୋଧ ମଧ୍ୟ କରିଥିଲେ। ପରେ ଘଟଣାସ୍ଥଳରେ ଅତିରିକ୍ତ ଏସପି ଅଭିମନ୍ୟୁ ନାଏକ, ଏସ୍‌ଡିପିଓ ଓ କୂଳିଅଣା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

Comment