ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର ହେଲେ ରାଜ୍ୟ ସରକାର। ୪ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଦୁର୍ନୀତି ଅଭିଯୋଗରେ ଏହି ୬ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଚାକିରିରୁ ବହିଷ୍କାର ହୋଇଥିବା ଅଧିକାରୀମାନେ ହେଲେ ଦଶରଥପୁର ବ୍ଲକ ପୂର୍ବତନ ଯନ୍ତ୍ରୀ ସଂଜୟ ଚୌଧୁରୀ, ଖଦୀ ବୋର୍ଡ ପୂର୍ବତନ ସୁପରଭାଇଜର ପ୍ରଦୀପ ରାୟ, ବାଙ୍କୀ ବ୍ଲକ ପୂର୍ବତନ ଯନ୍ତ୍ରୀ ବିଜ୍ଞାନ ବେଉରା ଓ ନିମାପଡ଼ା ଏନ୍‌ଏସି ପୂର୍ବତନ ଜେଇ ଅମିୟ କୁମାର ସେଠୀ।

ସେହିପରି ବରଗଡ଼ ଆର୍‌ଡବ୍ଲୁଏସ୍‌ଏସ୍‌ ଏ.ଇ ନାରାୟଣ ତିଆଡି ଓ ଜନସ୍ଵାସ୍ଥ୍ୟ ବିଭାଗ ଏ.ଇ ଜ୍ଞାନେନ୍ଦ୍ର ପଟେଲଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଦୁର୍ନୀତି ଅଭିଯୋଗରେ ଏହି ୬ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୋ ସରକାର ମାଧ୍ୟମରେ ଏବେ ଦୁର୍ନୀତିଗ୍ରସ୍ତମାନଙ୍କୁ ନିସ୍ତାର ଦେଉନାହାନ୍ତି ସରକାର।

Comment