ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ। ୨୫୬ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ବିନା କୌଣସି ୱିକେଟ୍ ହରାଇ ହାସଲ କରିନେଇଛି।

ମଙ୍ଗଳବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୨୫୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଟିମର ଦୁଇ ଓପନର ଶତକ ହାସଲ କରିବା ସହ ନିଜ ଟିମକୁ ବିଜୟ ଉପହାର ଦେଇଛନ୍ତି।

ଅଷ୍ଟ୍ରେଲୀୟ ଓପନର ଡେଭିଡ୍ ୱାର୍ନର ୧୨୮ ରନ୍ ଓ ଅଧିନାୟକ ଆରୋନ୍ ଫିଞ୍ଚ୍ ୧୧୦ ରନ୍ କରି ଅପରାଜିତ ରହିଥିଲେ। କୌଣସି ବି ଭାରତୀୟ ବୋଲର ଅଷ୍ଟ୍ରେଲୀୟ ଖେଳାଳିଙ୍କ ଆଗରେ କାମ କରିନଥିଲେ। ଶେଷରେ ଭାରତ ଏକ ଲଜ୍ଜାଜନକ ପରାଜୟ ବରଣ କରିଛି।

ଏଥିସହିତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇଛି। ସିରିଜର ଦ୍ୱିତୀୟ ମ୍ୟାଚ୍ ଜାନୁଆରି ୧୭ ତାରିଖରେ ରାଜକୋଟରେ ଖେଳାଯିବ।

Comment