ଓଡ଼ିଶାଲାଇଭ୍ ବ୍ୟୁରୋ

ରଣଜୀ ଟ୍ରଫିରେ ପୁଣି ଏକ ବିଜୟ ହାସଲ କରିଛି ଓଡ଼ିଶା ଟିମ୍। ମଙ୍ଗଳବାର ହରିୟାଣା ବିପକ୍ଷ ମ୍ୟାଚକୁ ମାତ୍ର ୧ ୱିକେଟରେ ଜିତିନେଇଛି ଓଡ଼ିଶା।

ପ୍ରଥମ ଇଂନିସରେ ପାଳି ଅଗ୍ରଣୀ ପାଇଥିବା ଓଡ଼ିଶା ଟିମ୍ ଏହି ବିଜୟ ପାଇବା ପାଇଁ ବେଶ୍ କଷ୍ଟ କରିବାକୁ ପଡ଼ିଥିଲା। ମଙ୍ଗଳବାର ଓଡ଼ିଶାକୁ ବିଜୟ ପାଇଁ ୩୨ ରନର ଆବଶ୍ୟକତା ପଡୁଥିବାବେଳେ ହାତରେ ଆଉ ମାତ୍ର ୩ଟି ୱିକେଟ୍ ବାକି ଥିଲା। ସେଥିପାଇଁ ମ୍ୟାଚ କେଉଁ ଆଡ଼କୁ ଗତି କରିବା ସେନେଇ ପୂର୍ବାନୁମାନ କରାଯାଇପାରୁନଥିଲା।

ପ୍ରଥମ ଇଂନିସରେ ହରିୟାଣା ମାତ୍ର ୯୦ ରନରେ ଅଲଆଉଟ୍ ହେବା ସହ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ୬ ୱିକେଟ୍ ହାସଲ କରିଥିଲେ। ଏହାପରେ ଓଡ଼ିଶା ମଧ୍ୟ ୧୬୦ ରନରେ ନିଜର ପ୍ରଥମ ଇଂନିସ ଶେଷ କରିଥିଲା।

ଏହାପରେ ପୁଣି ଦ୍ୱିତୀୟ ଇଂନିସରେ ହରିୟାଣା ୨୪୮ ରନର ସଂଗ୍ରହ କରି ଅଲ୍ଆଉଟ୍ ହୋଇଥିଲା। ତେଣୁ ଓଡ଼ିଶାକୁ ବିଜୟ ପାଇଁ ୧୮୨ ରନ୍ ଆବଶ୍ୟକ ହେଉଥିଲା। ଏହାକୁ ଓଡ଼ିଶା ଟିମ୍ ୯ ୱିକେଟ୍ ହରାଇ ହାସଲ କରିନେଇଛି।

Comment