ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡ ବିପକ୍ଷରେ ଦଶ ୱିକେଟରେ ଦମଦାର ବିଜୟ ଲାଭ କରିଛି ଓଡ଼ିଶା ରଣଜୀ ଟିମ୍। ଡ୍ରିମ୍ସ ଗ୍ରାଉଣ୍ଡରେ ଏହି ବିଜୟ ସହ ରଣଜୀ ଟ୍ରଫିରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି ଟିମ୍ ଓଡ଼ିଶା।

ଶନିବାର ମ୍ୟାଚରେ ଓଡ଼ିଶା ଆଗରେ ବିଜୟ ପାଇଁ ୫୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଉତ୍ତରାଖଣ୍ଡ। ଏହି ବିଜୟ ଲକ୍ଷ୍ୟକୁ ବିନା କୌଣସି ୱିକେଟ ହରାଇ ଓଡ଼ିଶା ଟିମ୍ ହାସଲ କରିନେଇଛି।

ମ୍ୟାଚର ପ୍ରଥମ ଇଂନିସରେ ଉତ୍ତରଖଣ୍ଡ ମାତ୍ର ୧୧୭ ରନରେ ଅଲଆଉଟ୍ ହୋଇଯାଇଥିଲା। ବସନ୍ତ ମହାନ୍ତିଙ୍କ ଯାଦୁଗରୀ ବୋଲିଂ ସହ ୬ ୱିକେଟ ନେବା ଉତ୍ତରାଖଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଭାରି ପଡ଼ିଥିଲା। ଏହାପରେ ଓଡ଼ିଶା ଟିମ୍ ଶାନ୍ତନ୍ତୁ ମିଶ୍ରଙ୍କ ଶତକୀୟ ଇଂନିସ ସହ ପ୍ରଥମ ଇଂନିସରେ ଉତ୍ତରାଖଣ୍ଡଠାରୁ ୧୩୬ ରନର ଲିଡ୍ ସହ ଆଗରେ  ରହିଥିଲା।ଦ୍ୱିତୀୟ ଇଂନିସରେ ମଧ୍ୟ ଓଡ଼ିଆ ବୋଲରମାନେ ଉତ୍ତରାଖଣ୍ଡ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡ଼ିଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ପାଞ୍ଚ ୱିକେଟ୍ ସହ ଉତ୍ତରାଖଣ୍ଡ ମାତ୍ର ୧୯୫ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହାପରେ ମ୍ୟାଚରେ ବିଜୟ ପାଇଁ ଦ୍ୱିତୀୟ ଇଂନିସରେ ଓଡ଼ିଶାକୁ ମାତ୍ର ୫୯ ରନ୍ ଆବଶ୍ୟକ ହେଉଥିଲା। ଏହି ରନକୁ ଓଡ଼ିଶା ବିନା କୌଣସି ୱିକେଟ୍ ହରାଇ ହାସଲ କରିନେଇଛି। ଏହି ବିଜୟ ସହ ରଣଜୀ ଟ୍ରଫିରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି ଓଡ଼ିଶା ଟିମ୍।

Comment