ଓଡ଼ିଶାଲାଇଭ୍‌ ବ୍ୟୁରୋ  

ରଣଜୀତ ସିଂହଜୀ ଇଂଲଣ୍ଡ ପକ୍ଷରୁ ଟେଷ୍ଟ କ୍ରିକେଟ୍‌ ଖେଳୁଥିବା ପ୍ରଥମ ଭାରତୀୟ କ୍ରିକେଟର। ସବୁଠୁ ବଡ଼ କଥା ହେଲା ଭାରତରେ ପ୍ରଚଳିତ ହେଉଥିବା ‘ରଣଜି ଟ୍ରଫି’ ଏହି ମହାନ କ୍ରିକେଟରଙ୍କ ନାଁରେ ନାମିତ ହୋଇଛି। କ୍ରିକେଟ୍‌ ଇତିହାସରେ ରଣଜୀତ ସିଂହଜୀଙ୍କ ଅବଦାନ ଅତୁଳନୀୟ ରହିଛି।

ଇଂରେଜମାନଙ୍କ ଟିମ୍‌ରେ ଖେଳୁଥିବା ଏହି ଭାରତୀୟ ଖେଳାଳୀ ୨୨ ଅଗଷ୍ଟ ୧୮୯୬ରେ ଇତିହାସ ରଚିଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଗୋଟିଏ ଦିନରେ ଦୁଇଟି ଶତକ ମାରି ରେକର୍ଡ କରିଥିଲେ।

ରଣଜୀତ ସିଂହଜୀ ୧୮୯୬-୧୯୦୨ ମସିହା ମଧ୍ୟରେ ଇଂଲଣ୍ଡ ପାଇଁ ୧୫ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏସମସ୍ତ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଛନ୍ତି। ତେବେ ଭାରତ ବିପକ୍ଷରେ ସେ କୌଣସି ମ୍ୟାଚ୍‌ ଖେଳିନାହାନ୍ତି।

୧୯୨୦ ମସିହାରେ ଶିକାର ସମୟରେ ରଣଜୀତ ସିଂହଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଥିବାରୁ ସେ କ୍ରିକେଟ୍‌ରୁ ଅବସର ନେଇଥିଲେ।

ସେ ନିଜ କ୍ୟାରିଅର ଭିତରେ ୯୮୯ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି, ଯେଉଁଥିରେ ହାରାହାରି ରନ୍‌ ରେଟ୍‌ ୪୪.୯୫ ରହିଥିଲା। କ୍ରିକେଟ୍‌ରେ ମୋଟ ଉପରେ ସେ ୨୪,୬୯୨ ରନ୍‌ ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ରହିଛି ୭୨ଟି ଶତକ। ସବୁଠୁ ଅଧିକା ସ୍କୋର ଭାବେ ସେ ୧୭୫ ରନ୍‌ କରିଥିଲେ।

ଏହି ମହାନ କ୍ରିକେଟରଙ୍କ ନାଁରେ ଭାରତରେ ଫାଷ୍ଟ କ୍ଲାସ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ‘ରଣଜି ଟ୍ରଫି’ ନାମିତ ହୋଇଛି। ୧୯୩୪ ମସିହା ଜୁଲାଇରୁ ଭାରତରେ ‘ରଣଜି ଟ୍ରଫି’ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ଭାରତରେ ୩୭ ଟିମ୍‌ ଭାଗ ନେଉଛନ୍ତି।

Comment