ଓଡ଼ିଶାଲାଇଭ୍ ବ୍ୟୁରୋ

ରଣଜୀ ଟ୍ରଫି୍ କ୍ୱାଟର୍ ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା ଟିମ୍। କଟକ ବାରବାଟୀ ଷ୍ଟାଡିୟମରେ ଝାଡ଼ଖଣ୍ଡ ବିପକ୍ଷରେ ଚାଲିଥିବା ମ୍ୟାଚକୁ ଡ୍ର’ ରଖିବା ସହିତ ଦଳ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛି।

ଓଡିଶା ଟିମ୍ ଏଲଟି ‘ସି’ ଗ୍ରୁପରୁ ଦ୍ୱିତୀୟ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଓଡ଼ିଶା ସହ ଜମ୍ମୁ କଶ୍ମୀର ମଧ୍ୟ ଏହି ଗ୍ରୁପରୁ କ୍ୱାର୍ଟର ଫାଇନାଲ ଯାଇଛି।

ଏଥର ରଣଜୀ ଟ୍ରଫିରେ ଓଡ଼ିଶା ଦଳ ବେଶ୍ ଭଲ ପ୍ରଦର୍ଶନ କରିଥିଲା। ଦଳ ଲିଗ୍ ପର୍ଯ୍ୟାୟରେ ମୋଟ୍ ୫ଟି ମ୍ୟାଚରେ ବିଜୟ ହାସଲ କରିଥିବାବେଳେ ଦୁଇଟି ମ୍ୟାଚରେ ପରାଜୟ ବରଣ କରିଥିଲା। ଏଥିସହିତ ଦଳ ଦୁଇଟି ମ୍ୟାଚକୁ ଅମୀମାସିଂତ ରଖିପାରିଥିଲା।

Comment