ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଆଜିଠୁ ରଣଜୀ କ୍ଵାଟର ଫାଇନାଲ ଆରମ୍ଭ ହୋଇଛି। ଏହି ମ୍ୟାଚର ପ୍ରଥମ ଦିନରେ ପଶ୍ଚିମବଙ୍ଗ ୮୬ ଓଭରରେ ୬ ଓ୍ଵିକେଟ ହରାଇ ୩୦୮ ରନ୍‌ କରିଛି। ପଶ୍ଚିମବଙ୍ଗ ପକ୍ଷରୁ ଅନସ୍ତୁପ ମଜୁମଦାର ୧୩୬ ଓ ସାହାବାଜ ଅହମ୍ମଦ ୮୨ ରନ୍‌ କରି ନଟଆଉଟ ରହିଛନ୍ତି।

ଏହି ମ୍ୟାଚରେ ଓଡ଼ିଶା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ବେଙ୍ଗଲ ଦଳ ଭଲ ଆରମ୍ଭ କରିପାରିନଥିଲା। ଦଳର ଟପ୍‌ ଅଡର ଓ ମିଡିଲ ଅଡର ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ। ପରେ ନିମ୍ନକ୍ରମରେ ଅନସ୍ତୁପ ମଜୁମଦାର ଓ ସାହାବାଜ ଅହମ୍ମଦ ପାଳି ସମ୍ଭାଳିଥିଲେ।

ଫଳରେ ଦଳ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬ ଓ୍ଵିକେଟ ହରାଇ ୩୦୮ ରନ୍‌ କରିପାରିଥିଲା। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ଓ କନଓ୍ଵାର ସିଂହ ଚୈହାନ ୨ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ବସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି।

Comment