ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ରଣଜୀ କ୍ଵାଟର ଫାଇନାଲ ମ୍ୟାଚ। ଏହି ମ୍ୟାଚରେ ବିଜୟୀ ଦଳ ସେମିଫାଇନାଲରେ ପ୍ରବେଶ କରିବ। ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ଵପୂର୍ଣ୍ଣ ରହିବ।

ରଣଜୀ ଟ୍ରଫିର ୪ଟି ଯାକ କ୍ଵାଟର ଫାଇନାଲ ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ କ୍ଵାଟର ଫାଇନାଲ ଗୁଜୁରାଟ-ଗୋଆ ମଧ୍ୟରେ ଗୁଜୁରାଟରେ ଖେଳାଯିବ, ସେହିପରି ଦ୍ଵିତୀୟ କ୍ଵାଟର ଫାଇନାଲ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ କଟକରେ ଖେଳାଯିବ। ତୃତୀୟ କର୍ଣ୍ଣାଟକ-ଜମ୍ମୁ କଶ୍ମୀର ଓ ଚତୁର୍ଥ ସୌରାଷ୍ଟ୍ର-ଆନ୍ଧ୍ର ପ୍ରଦେଶ ମଧ୍ୟରେ ଖେଳାଯିବ।

ଓଡ଼ିଶା ଏହି ମ୍ୟାଚ ଜିତି ସେମି ଫାଇନାଲ ଲକ୍ଷ୍ୟରେ ରହିବ। ଦଳ ଚଳିତ ରଣଜୀ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛି। ୯ଟି ମ୍ୟାଚ କେଳି ୫ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜୟ ଓ ୨ଟି ମ୍ୟାଚ ଡ୍ର ରହିଛି। ଏହାସହ ଦୀର୍ଗ ୪ ବର୍ଷ ପରେ ଓଡ଼ିଶା ରଣଜୀ କ୍ଵାଟର ଫାଇନାଲରେ ପ୍ରବେଶ କରିଛି।

ଓଡ଼ିଶା ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ ଚମତ୍କାର ବ୍ୟାଟିଂ କରୁଛନ୍ତି। ଏଥର ୭ଟି ମ୍ୟାଚ ଖେଳି ସେ ଦଳ ପକ୍ଷରୁ ସର୍ବାଧିକ ୪୬୭ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଅଛି। ଝାରଖଣ୍ଡ ବିପକ୍ଷ ମ୍ୟାଚର ପ୍ରଥମ ଇନିଂସରେ ସେ ଶତକ ଜମାଇଥିବା ବେଳେ ଦ୍ୱିତୀୟ ଇନିଂସରେ ଅପରାଜିତ ଅର୍ଦ୍ଧଶତକ ମାରି ଓଡ଼ିଶାକୁ ପ୍ରଥମ ଇନିଂସରେ ଅଗ୍ରଣୀ କରାଯାଇଥିଲେ।

Comment