ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ (ଆରବିଆଇ) ୯୨୬ଟି ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାରା ଦେଶରେ ମୋଟ୍‌ ୧୭ଟି ସହରରେ ଆର୍‌ବିଆଇର ଏହି ନିଯୁକ୍ତି ବାହାରିଛି। ମୁମ୍ବାଇରେ ସର୍ବାଧିକ ୪୧୯ଟି ପଦବୀରେ ଖାଲି ଥିବା ବେଳେ ଭୁବନେଶ୍ୱରରେ ୨୮ ଟି ପୋଷ୍ଟ ଖାଲି ରହିଛି।

ଆବେଦନ କରିବାର ଶେଷ ତାରିଖ ହେଉଛି ୧୬ ତାରିଖ ୨୦୨୦, ଗୁରୁବାର।

ବୟସ                                               

ଆସିଷ୍ଟାଣ୍ଟ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କର ବୟସ ୨୦ରୁ ୨୮ ବର୍ଷ ବୟସ ହେବା ଆବଶ୍ୟକ। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା କୋହଳ ରହିଛି।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଯେକୌଣସି ବିଷୟରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖି ସ୍ନାତକ ପାସ୍‌ କରିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା

ଆସିଷ୍ଟାଣ୍ଟ ପଦବୀ ଲାଗି ୩ଟି ପ୍ରକ୍ରିୟାରେ ଚୟନ କରାଯିବ। ପ୍ରିଲିମ୍‌ନାରୀ ପରୀକ୍ଷା ପରେ ମେନ୍‌ ପରୀକ୍ଷା ଏବଂ ତା’ପରେ ଏଲ୍‌ପିଟି (ଲାଙ୍ଗୁଏଜ୍ ପ୍ରୋଫିସିଏନ୍ସି ଟେଷ୍ଟ) ଜରିଆରେ ପ୍ରାର୍ଥୀଙ୍କ ଚୟନ କରାଯିବ।

ଆବେଦନ ଫି

ଓବିସି, ସାଧାରଣ ଏବଂ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ୪୫୦ ଟଙ୍କା। ଏସ୍‌ସି, ଏସଟି, ପିଡବ୍ଲ୍ୟୁବିଡି, ଏକ୍ସ ସର୍ଭିସମ୍ୟାନଙ୍କ ପାଇଁ ୫୦ ଟଙ୍କା।

ଆବେଦନ

ପ୍ରାର୍ଥୀ www.rbi.org.in ରେ ଲଗ୍‌ଅନ୍‌ କରି ଏ ସଂପର୍କିତ ସଂପୂର୍ଣ୍ଣ ବିବରଣୀ ପାଇପାରିବେ।

Comment