ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ। ଗୁରୁବାର ଏନେଇ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି।

ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଓଡ଼ିଶା ଫେରାଇ ଅଣାଯିବ ନେଇ ଗୁରୁବାର ଲୋକସେବା ଭବନରେ ବୈଠକ ବସିଥିଲା। ଏହି ବୈଠକରେ ବିମାନକୁ ଓଡ଼ିଶା ଫେରାଇ ଅଣାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତୁରନ୍ତ ଏନେଇ ରାଜ୍ୟ ସରକାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିବେ ବୋଲି କୁହାଯାଇଛି।

ଏଥିସହିତ ଡାକୋଟା ବିମାନକୁ ଓଡ଼ିଶା ଆଣିବା ପରେ କେଉଁଠି ରଖାଯିବ ସେନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ୧୯୪୭ ମସିହାରେ ଏହି ବିମାନ ସାହାଯ୍ୟରେ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ଓ ଉପ-ରାଷ୍ଟ୍ରପତିଙ୍କ ଜୀବନ ରକ୍ଷା କରିଥିଲେ। ସେଥିପାଇଁ ଇଣ୍ଡୋନେସିଆ ବିଜୁ ପଟ୍ଟନାୟକଙ୍କୁ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲା।

Comment