ଓଡ଼ିଶାଲାଇଭ୍ ବ୍ୟୁରୋ

ଆକାଶ ମାର୍ଗରେ ନିଖୋଜ ହେଲା ଇଣ୍ଡୋନେସିଆର ବିମାନ। ଶନିବାର ଜାକର୍ତ୍ତା ବିମାନବନ୍ଦରରୁ ‘ବୋଇଙ୍ଗ୍ ୭୩୭-୫୦୦’ ନାମକ ବିମାନ ଉଡ଼ାଣ ଭରିବାର ୪ ମିନିଟ ପରେ ଆକାଶ ମାର୍ଗରୁ ହିଁ ନିଖୋଜ ହୋଇଯାଇଥିବା ଖବର ମିଳିଛି।

ଏହି ବିମାନଟି ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ପ୍ରାୟ ୫୬ ଜଣ ଯାତ୍ରୀ ଯାତ୍ରା ଆରମ୍ଭ କରିଥିଲେ। ହେଲେ ଉଡ଼ାଣ ଭରିବାର କିଛି ସମୟ ପରେ ଏହାର ଯୋଗଯୋଗ ବିଚ୍ଛିନ ହୋଇଯାଇଥିଲା। ବହୁ ସମୟ ଧରି ଚେଷ୍ଟା ଜାରି ରଖିବା ପରେ ମଧ୍ୟ ବିମାନ ବନ୍ଦର କର୍ତ୍ତୁପକ୍ଷ ଏହାସହ ସମ୍ପର୍କ ଯୋଡ଼ି ପାରିନାହାନ୍ତି। କୁହାଯାଉଛି ଯେ, ନିଖୋଜ ହେବା ସମୟରେ ଏହା ସମୁଦ୍ର ପତ୍ତନରୁ ୧୧ ହଜାର ଫୁଟ୍ ଉପରେ ଉଡୁଥିଲା। ତେବେ ଏହାକୁ କେହି ଅପହରଣ କରିନେଇଥିବା ବୋଲି ମଧ୍ୟ ସନ୍ଦେହ କରାଯାଉଛି।

Comment