ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ପ୍ରାୟ ସମସ୍ତ ଦେଶର କିଛି ନା କିଛି ରୋଚକ କଥା ରହିଛି। ବ୍ରୁନେଇ ମଧ୍ୟ ଏପରି ଏକ ଦେଶ, ଯାହାର ଅନେକ ରୋଚକ କଥା ରହିଛି। ଯାହା ଆପଣ ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।

ସବୁଠୁ ରୋଚକ କଥା ହେଲା ଇଣ୍ଡୋନେସିଆ ନିକଟରେ ଅବସ୍ଥିତ ଏହି ଦେଶରେ ଏବେ ସୁଦ୍ଧା ରାଜତନ୍ତ୍ର  ଅର୍ଥାତ୍‌ ରାଜାଙ୍କ ଶାସନ ଚାଲିଛି।

ବ୍ରୁନେଇ ହେଉଛି ଏକ ମୁସଲିମ ବହୁଳ ଦେଶ। ଅନ୍ୟ ଦେଶ ଭଳି ଏହି ଦେଶରେ ବି ବ୍ରିଟିଶମାନେ ଶାସନ କରିଥିଲେ।  ୧୯୮୪, ଜାନୁଆରି ୧୧ରେ ଏହି ଦେଶ ବ୍ରିଟିଶ କବଳରୁ ମୁକ୍ତ ହୋଇଥିଲା। ଏଠାରେ ଘରର କାନ୍ଥରେ ପତ୍ନୀଙ୍କ ଫଟୋ ରଖିବା ଏକ ପ୍ରଥା। ଏହା ବ୍ୟତୀତ କାନ୍ଥରେ ରାଜାଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଥାଏ।

ସବୁଠୁ ଖାସ କଥା ହେଲା ଏଠାରେ ସର୍ବସାଧାରଣ ସ୍ଥାନରେ ମଦ ପିଇବା ନିଷେଧ।  କେବଳ ଏତିକି ନୁହେଁ, ଏଠାକାର ଲୋକମାନେ ରାସ୍ତାରେ ଯିବାବେଳେ କିଛି ଖାଇବା ପିଇବାକୁ ଭୁଲ ବୋଲି ବିବେଚନା କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ଥିବା ଲୋକମାନେ ଫାଷ୍ଟଫୁଡ୍ ଅଧିକ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଏହି ଦେଶରେ ବର୍ତ୍ତମାନ ସୁଲତାନ ଅଛନ୍ତି ହାସନଲ ବୋଲକିୟା।

Comment