ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ବିଭିନ୍ନ ଦେଶରେ ଆପଣ ଭିନ୍ନ ଭିନ୍ନ ପ୍ରକାରର ନିୟମ କାନୁନ୍ ଦେଖିବାକୁ ପାଇବେ। ତେବେ ବ୍ରୁନେଇ ନାମକ ଏମିତି ଏକ ଦେଶ ଅଛି ଯାହାର ଅଜବ ପ୍ରକାର ନିୟମ ଆପଣ ବହୁତ କମ୍ ଥର ଶୁଣିଥିବେ।

ଇଣ୍ଡୋନେସିଆର ପଡ଼ୋଶୀ ଦେଶ ଭାବେ ବ୍ରୁନେଇ ବେଶ୍ ପରିଚିତ। ଏଠାରେ ଆଜି ରାଜତନ୍ତ୍ର ପ୍ରଚଳିତ ଅଛି। ଏହା ଏକ ମୁସଲିମ୍ ବହୁଳ ଦେଶ ଭାବେ ମଧ୍ୟ ବେଶ୍ ପରିଚିତ। ଆଜି ପର୍ଯ୍ୟନ୍ତ ଏଠାକର ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ମିଳିନି।

ତେବେ ସବୁଠୁ ଅଜବ କଥା ହେଲା ଏହି ଦେଶର ପ୍ରତି ଘରେ ନିଜ ସ୍ତ୍ରୀର ଫଟୋ ଲଗାଇବା ଏକ ପରମ୍ପରା ହୋଇ ରହିଛି। ଏଥିସହ ପ୍ରତ୍ୟେକ ଘରେ ବ୍ରୁନେଇର ସୁଲତାନଙ୍କ ଫଟୋ ରହିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

କୁହାଯାଏ ଏହି ଦେଶରେ ଘରର ସଂଖ୍ୟା ଅପେକ୍ଷା କାରମାନଙ୍କ ସଂଖ୍ୟା ବହୁତ ବେଶି। ଏଠାରେ ପ୍ରତି ଏକ ହଜାର ଲୋକଙ୍କ ମଧ୍ୟରେ ୭ଶହ ଜଣଙ୍କ ପାଖରେ କାର ରହିଛି। ଏହାର ମୁଖ୍ୟ କାରଣ ହେଲା ଏଠାରେ ପେଟ୍ରୋଲର ଦାମ ବହୁତ ଶସ୍ତା। ସେହିଭଳି ଆଉ ଏକ ଆଶ୍ଚର୍ଯ୍ୟର କଥା ହେଲା, ବ୍ରୁନେଇର ସୁଲତାନଙ୍କୁ ବିଶ୍ୱର ଜଣେ ଧନୀ ବ୍ୟକ୍ତି ଭାବେ ଗଣାଯାଏ। ୨୦୦୮ର ଏକ ରିପୋର୍ଟ ଅନୁସାରେ ତାଙ୍କ ପାଖରେ ୧୩୬୩ ଅରବ ଟଙ୍କା ଓ ୭ ହଜାରରୁ ଅଧିକ କାର ରହିଛି।

Comment