ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ‘ଗ୍ରେଟ୍ ୱାଲ୍ ଅଫ୍ ଚାଇନା’ ବିଷୟରେ ଆପଣ କେବେ ନା କେବେ କୌଣସି କଥା ଶୁଣିଥିବେ। ଚୀନର ଏହି ପ୍ରାଚୀର ବିଶ୍ୱର ସବୁଠୁ ବଡ଼ ପ୍ରାଚୀର ହେବା ଗୌରବ ଅର୍ଜନ କରିଛି। ଏପରିକି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଏହି ପ୍ରାଚୀର ମଧ୍ୟ ସାମିଲ ଅଛି।

ତେବେ ଏହି ବିଶାଳ ପ୍ରାଚୀର ସହିତ ଅନେକ ରୋଚକ କଥା ମଧ୍ୟ ସାମିଲ ଅଛି। ଜାଣନ୍ତୁ….

ପୂରାତନ କାଳରେ ନିର୍ମାଣ ହୋଇଥିବା ଏହି ପ୍ରାଚୀରଟି ମାଟି, ପଥର ଓ ବିଭିନ୍ନ ପ୍ରକାରର ଧାତୁରେ ନିର୍ମାଣ କରାଯାଇଥିଲା। ଯାହାକି ଆଜି ବି ଚୀନରେ ରହିଛି। କୁହାଯାଏ ଏହି ପ୍ରାଚୀରର ଲମ୍ବକୁ ନେଇ କେହି ଆଜି ଯାଏ ସଠିକ୍ ଆକଳନ କରିପାରିନାହାନ୍ତି। କେତେକ ଏହାର ଲମ୍ବ ୮୮୫୦କିଲୋମିଟର କହୁଥିବାବେଳେ ଅନ୍ୟ କେତେକ ଏହାର ଲମ୍ବ ୨୧୧୯୬ କିଲୋମିଟର ବୋଲି କହିଥାନ୍ତି।କୁହାଯାଏ ମହାକାଶରୁ ମଧ୍ୟ ଚୀନର ଏହି ପ୍ରାଚୀରଟି ଦେଖାଯାଇଥାଏ। ଏହାର ବିଶାଳତା ଓ ଲମ୍ବ ଅଧିକ ଥିବା ହେତୁ ଏହା ମହାକାଶରୁ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ।

ସେ ସମୟରେ ଏହି ପ୍ରାଚୀର ନିର୍ମାଣ କରିବାକୁ ପ୍ରାୟ ୨୦ ଲକ୍ଷ ଶ୍ରମିକ ଲାଗିଥିଲେ। ଯେଉଁଥିରେ ପ୍ରାୟ ୧୦ ଲକ୍ଷ ଶ୍ରମିକ ଏହି ନିର୍ମାଣ ସମୟରେ ହିଁ ମୃତ୍ୟୁବରଣ କରିଥିଲେ। ଏହିସବୁ ଶ୍ରମିକମାନଙ୍କୁ ସେହି ପ୍ରାଚୀର ମଧ୍ୟରେ ହିଁ ପୋତି ଦିଆଯାଇଥିଲା। ଯେଉଁ କାରଣରୁ ଏହାକୁ ବିଶ୍ୱର ସବୁଠୁ ବଡ଼ ଶଶ୍ମାନ ବୋଲି ମଧ୍ୟ କୁହାଯାଏ।

Comment