ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁନିଆରେ ଆପଣ ଅନେକ ପ୍ରକାରର ଜେଲ୍ ବିଷୟରେ ଶୁଣିଥିବେ। କେଉଁଠି କଏଦୀମାନଙ୍କୁ ଅତ୍ୟାଚାର କରାଯାଏ ତ ଅନ୍ୟ କେଉଁଠି କଏଦୀମାନଙ୍କୁ ଯତ୍ନର ସହିତ ରଖାଯାଏ।

ବିଶ୍ୱର ଏଭଳି କିଛି ଅଜବ ପ୍ରକାରର ଜେଲ୍ ବିଷୟରେ ଜାଣନ୍ତୁ, ଏହି ରିପୋର୍ଟରେ….

ଫିଲିଫାଇନ୍ସର ଏକ ଜେଲ୍ ଅଛି ଯାହାର ନାମ ସେବୁ ଜେଲ। ଏହି ଜେଲରେ କଏଦୀମାନଙ୍କୁ ନୃତ୍ୟ ଓ ସଙ୍ଗୀତ ଶିଖାଯାଇଥାଏ। କୁହାଯାଏ ଯେ, ଏହାଦ୍ୱାରା ସେମାନଙ୍କର ଚରିତ୍ରରେ ସୁଧାର ଆସିଥାଏ। ସେହିଭଳି ଅଷ୍ଟ୍ରିଆର ‘ଜଷ୍ଟିସ୍ ସେଣ୍ଟର ଲିୟୋବେନ’ ନାମକ ଏକ ଜେଲ ବିଶ୍ୱର ନାମୀଦାମୀ ଷ୍ଟାର ହୋଟେଲଠାରୁ କମ୍ ନୁହେଁ। ଏଠାରେ କଏଦୀମାନଙ୍କୁ ସୁନ୍ଦର ରୁମ୍ ଦିଆଯାଏ।

ବିଶ୍ୱର ଏଭଳି ଏକ ଜେଲ ଅଛି ଯେଉଁଠି କଏଦୀମାନଙ୍କୁ ସେଲ୍ କିଣିବାକୁ ପଡ଼ିଥାଏ। ବୋଲିବିୟାର ପେଡ୍ରୋ ଜିଲ୍ଲାରେ ଏହି ଜେଲଟି ରହିଛି। ଏଠାକାର କଏଦୀ ଟଙ୍କା ଦେଇ ପ୍ରଥମେ ଜେଲର ଘର କିଣିବା ପରେ ଏହି ଜେଲରେ ରହିଥାନ୍ତି।

Comment