ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡ କ୍ରାଏଷ୍ଟଚର୍ଚ୍ଚ ସହରର ଦୁଇଟି ମସଜିଦ୍‌ରେ ଆଜି କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ କେତେ ଲୋକ ମୃତାହାତ ହୋଇଥିଲେ ତାହା ସ୍ପଷ୍ଟ ହୋଇନାହିଁ।

ସ୍ଥାନୀୟ ମିଡିଆ ଅନୁସାରେ ପାଖାପାଖି ୨୭ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। ତେବେ ସରକାରୀ ଭାବେ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ଦୁର୍ବୃତ୍ତମାନେ ପାଖାପାଖି ୫୦ ରାଉଣ୍ଡରୁ ଅଧିକ ଗୁଳି ଚଳାଇଥିବା ଜଣାପଡ଼ିଛି।

ଏହି ଗୁଳିକାଣ୍ଡ ଅଲ ନୁର ମସଜିଦ୍‌ ଏବଂ ଲିନ୍‌ଉଡ ମସଜିଦ୍‌ରେ ହୋଇଛି।

ପୋଲିସ ସୂଚନା ଅନୁଯାୟୀ ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ କିଛି ଦୁର୍ବୃତ୍ତ କପଡ଼ା ବାନ୍ଧି ଏହି କାଣ୍ଡ ଘଟାଇଥିଲେ।

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଗୁଳିକାଣ୍ଡ ଇତିହାସ ପାଇଁ ଏକ କଳାଦିନ ଥିଲା। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଲ ନୁର୍‌ ମସଜିଦକୁ ନମାଜ ପାଇଁ ଆସିଥିଲେ ବାଂଲାଦେଶୀ କ୍ରିକେଟ ଖେଳାଳି। ହେଲେ ଖେଳାଳିମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଗୁଳିକାଣ୍ଡ ପରେ ବିଭିନ୍ନ ସରାକାରୀ କାର୍ଯ୍ୟାଳୟ ଏବଂ ସାଧାରଣ ସ୍ଥାନକୁ ବନ୍ଦ କରିଦିଆଯାଇଛି।

Comment