ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ରାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ବଡ଼ ସଫଳତା ମିଳିଛି। ଆଇସିସି ଟେଷ୍ଟ ଓ ଟି-୨୦ରେ ଏକ ନମ୍ଵର ସ୍ଥାନ ହାସଲ କରିଛି ଅଷ୍ଟ୍ରେଲିଆ। ଟେଷ୍ଟରେ ପୂର୍ବରୁ ଭାରତ ଏକ ନମ୍ଵର ସ୍ଥାନରେ ରହିଥିଲା। ସେହିପରି ଟି-୨୦ରେ ପୂର୍ବରୁ ପାକିସ୍ଥାନ ଏକ ନମ୍ଵର ସ୍ଥାନରେ ରହିଥିଲା। ହେଲେ ଏଥର ଦୁଇଟି ଯାକ ସ୍ଥାନ ଅକ୍ତିଆର କରିଛି ଅଷ୍ଟ୍ରେଲିଆ।

ଅଷ୍ଟ୍ରେଲିଆ ୧୧୬ ପଏଣ୍ଟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ୧୧୫ ପଏଣ୍ଟ ପାଇ ନ୍ୟୁଜିଲାଣ୍ଡ ଦ୍ଵିତୀୟ ସ୍ଥାନରେ ରହିଛି। ଭାରତ ୧୧୪ ପଏଣ୍ଟରେ ତୃତୀୟ ସ୍ଥାନକୁ ଖସିଛି। ସେହିପରି ୧୦୫ ପଏଣ୍ଟ ପାଇ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି।

ଟି-୨୦ରେ ମଧ୍ୟ ଅଷ୍ଟ୍ରେଲିଆ ଏକ ନମ୍ଵର ସ୍ଥାନ ହାସଲ କରିଛି। ପାକିସ୍ତାନକୁ ଏକ ନମ୍ଵରରୁ ହଟାଇ ଅଷ୍ଟ୍ରେଲିଆ ଏହି ସଫଳତା ହାସଲ କରିଛି। ବର୍ତ୍ତମାନ ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଛି। ଭାରତ ତୃତୀୟ ଓ ଇଂଲଣ୍ଡ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ଆଇସିସି ରାଙ୍କିଙ୍ଗ ଅନୁଯାୟୀ, ୨୦୧୬-୧୭ ବର୍ଷର ରାଙ୍କିଙ୍ଗକୁ ଅପଡେଟ୍‌ କଲା ପରେ ଏହି ପରିବର୍ତ୍ତନ ହୋଇଛି। ଅକ୍ଚୋବର ୨୦୧୬ ପରେ ଭାରତ ପ୍ରଥମ ଥର ପାଇଁ ଏକ ନମ୍ଵର ସ୍ଥାନ ହରାଇଛି।

Comment