ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଟିମ୍‌ ବିଶ୍ୱକପ୍‌ ପୂର୍ବରୁ ଶେଷ ଆନ୍ତର୍ଜାତୀକ ମ୍ୟାଚ୍‌ ଖେଳିବା ଲାଗି ପ୍ରସ୍ତୁତ ଅଛି। ଏହି ସିରିଜ୍‌ ଅଷ୍ଟ୍ରେଲିଆ ସହ ଖେଳିବ ଭାରତ। ଅଷ୍ଟ୍ରେଲିଆ ଟିମ୍‌ ଭାରତରେ ଆସି ପହଞ୍ଚିସାରିଛନ୍ତି।

ତେବେ କଙ୍ଗାରୁ ଟିମ୍‌ ଏହି ସିରିଜ୍‌ ଷ୍ଟିଭ୍‌ ସ୍ମିଥ ଓ ଡେଭିଡ ୱାନରଙ୍କ ବିନା ଖେଳିବ। ସେପଟେ ବିଶ୍ରାମ ପରେ ଭାରତୀୟ ଟିମ୍‌କୁ ଫେରିଛନ୍ତି ବିରାଟ କୋହଲୀ। ତେବେ ଆଘାତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ୱାନ ଡେରୁ ବାଦ୍‌ ପଡ଼ିଛନ୍ତି ଯାହା ଭାରତୀୟ ଟିମ୍‌ ଲାଗି ଏକ ଝଟକା ଅଟେ।  

ଏହି ସରିଜ୍‌ରେ ଦୁଇଟି ଟି-୨୦ ଓ ୫ଟି ୱାନ ଡେ ମ୍ୟାଚ୍‌ ଖେଳାଯିବ। ଆସନ୍ତାକାଲି  ବିଶାଖାପଟନମ୍‌ରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବ ଏବଂ ୨୭ ଫେବ୍ରୁଆରିରେ ବେଙ୍ଗାଲୁରୁରେ ଦ୍ୱିତୀୟ ଟି-୨୦ ଅନୁଷ୍ଠିତ ହେବ। ୱାନ ଡେ ସିରିଜ୍‌ ମାର୍ଚ୍ଚରେ ଆରମ୍ଭ ହେବ।

ଆସନ୍ତାକାଲିର ମ୍ୟାଚ୍‌ ବିଶାଖାପଟନମ୍‌ରେ ଥିବା ୱାଇଏସ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ଖେଳାଯିବ। ଏହି ଷ୍ଟାଡିୟମରେ ଏବେ ଯାଏଁ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ୨୦୧୬ରେ ଭାରତ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଉଭୟ ଟିମ୍‌ର ମ୍ୟାଚ୍‌ ଜିତିବା ନେଇ ଆଶାବାଦୀ ଅଛନ୍ତି।

Comment