ଓଡ଼ିଶାଲାଇଭ ବ୍ୟୁରୋ

ଆସୁଛି ମସଲିମ ସମୁଦାୟର ପବିତ୍ର ପର୍ବ ଇଦ। ଏହି ପର୍ବ ପାଳନ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଜାରି ରହିଛି। ଇଦରେ ନୂଆ ପୋଷକ ପିନ୍ଧି ମୁସଲିମ ସମ୍ପ୍ରଦାୟର ଲୋକେ ନିକଟସ୍ଥ ମସଜିଦକୁ ଯାଇଥାନ୍ତି। ମସଜିଦରେ ନମାଜ ପଢ଼ିବା ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦର ଅଭିନନ୍ଦନ ଜଣାଇଥାନ୍ତି।

ଦୁନିଆରେ ଏମିତି କିଛି ମସଜିଦ ଅଛି ଯାହାକୁ ଦୁନିଆର ସବୁଠୁ ସୁନ୍ଦର ମସଜିଦ ବୋଲି କୁହାଯାଉଛିା ଯେଉଁଠି ଲକ୍ଷାଧିକ ଲୋକ ଏକାଠି ବସି ନମାଜ ପଢ଼ିଥାନ୍ତି।

ଜାଣନ୍ତୁ ଏହି ମସଜିଦ କେଉଁଠି ଅଛି, କ’ଣ ଏହାର ବିଶେଷତ୍ୱ…

ନୁର ଆସ୍ଥାନା ମସଜିଦ(କାଜିକିସ୍ଥାନ)

କାଜିକିସ୍ଥାନର ନୁର ଆସ୍ଥାନା ମସଜିଦ ୨୦୦୮ରେ ନିର୍ମାଣ ହୋଇଥିଲା। ଏହି ମସଜିଦ ନିର୍ମାଣରେ କାଚର ବହୁଳ ବ୍ୟବହାର ହୋଇଛି। ଏହି କାଚର ବ୍ୟବହାର ମସଜିଦକୁ ଆହୁରି ସୁନ୍ଦର କରିଛି। ଏହି ମସିଜିଦ ସେଣ୍ଟ୍ରାଲ ଏସିଆର ସବୁଠୁ ବଡ଼ ମସଜିଦ ଅଟେ।

ଶେଖ ଜୈୟଦ ଗ୍ରାଣ୍ଡ ମସଜିଦ(ଆବୁଧାବି)

ଶେଖ ଜୈୟଦ ଗ୍ରାଣ୍ଡ ମସଜିଦ ୟୁଏଇର ସବୁଠୁ ବଡ଼ ମସଜିଦ। ଏହି ମସଜିଦରେ ସବୁଠୁ ଆକର୍ଷଣୀୟ ହେଉଛି ଏହାର ଗମ୍ବୁଜ। ଏହି ମସଜିଦରେ ପାଖାପାଖି ୮୨ଟି ଗମ୍ବୁଜ ରହିଛି। ମସଜିଦ ନିର୍ମାଣରେ ପାଖାପାଖି ୬୦୦ ମିଲିୟନ ଡଲାର ଖର୍ଚ୍ଚ ହୋଇଛି। ଏହି ମସଜିଦ ୨୦୦୭ରେ ନିର୍ମିତ ହୋଇଥିଲା।

ବାଦଶାହୀ ମସଜିଦ(ଲାହୋର)

ବାଦଶାହୀ ମସଜିଦ ପାକିସ୍ତାନର ଲୋହୋରରେ ରହିଛି। ଏହି ମସଜଦକୁ ୧୬୭୩ରେ ମୋଗଲ ସମ୍ରାଟ ଔରଙ୍ଗଜେବ ନିର୍ମାଣ କରିଥିଲେ। ଏହା ବହୁତ ପୁରୁଣା ମସଜିଦ ଅଟେ।

ମସଜିଦ ଏ ନବବୀ(ସାଉଦି ଆରବ)

ଏହି ମସଜିଦ ସାଉଦି ଆରବର ମଦୀନା ସହରରେ ଅଛି। ଦୁନିଆର ସବୁଠୁ ସୁନ୍ଦର ମସଜିଦ ଭାବେ ଏହା ଜଣାଶୁଣା। ଏହାର ସୌନ୍ଦର୍ଯ୍ୟ ସବୁଠୁ ଅଧିକ ଲୋକଙ୍କୁ ଆକର୍ଷିତ କରିଥାଏା

Comment