ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଇଦରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ଫିଲ୍ମ ଭାରତ ବକ୍ସ ଅଫିସରେ ଭଲ ଓପନିଂ କରିଛି। ଏହାସହିତ ସୁପରଷ୍ଟାର ସଲମାନ ଖାନଙ୍କ ବକ୍ସ ଅଫିସରେ ସଫଳତାର କାହାଣୀ ଫିଲ୍ମ ଭାରତ ସହିତ ଜାରି ରହିଛି।

ଫିଲ୍ମ ରିଲିଜର ଚତୁର୍ଥ ଦିନରେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇସାରିଛି। ଏହାସହିତ ଏକ୍ସପର୍ଟଙ୍କ କହିବା କଥା ଏହା ହେଉଛି ସଲମାନଙ୍କ ୧୪ ତମ ଫିଲ୍ମ ଯାହା ବ୍ୟାକ୍ ଟୁ ବ୍ୟାକ୍ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି।

ଅତୁଲ ଅଗ୍ନିହୋତ୍ରା ଟୁଇଟ କରି କହିଛନ୍ତି, “ବର୍ଷର ସବୁଠୁ ବଡ଼ ପାରିବାରିକ ଫିଲ୍ମ ଭାରତକୁ ବକ୍ସ ଅଫିସରେ ଅଧିକ ଭଲପାଇବା ଓ ସ୍ନେହ ମିଳିପାରିଛି। ଫିଲ୍ମର ଚତୁର୍ଥ ଦିନର କଲେକସନ୍୨୬ କୋଟି ୭୦ଲକ୍ଷ ଥିଲା। ଏହାସହିତ ଏହି ଫିଲ୍ମ ୧୨୨କୋଟିରୁ ଅଧିକ ଟଙ୍କାର ଆୟ କରିସାରିଲାଣି।”

ରିଲିଜର କେଉଁ ଦିନ କେତେ କଲେକସନ୍ କରିଛି ଭାରତ

ପ୍ରଥମ ଦିନ -୪୨.୩୦କୋଟି

ଦ୍ୱିତୀୟ ଦିନ – ୩୧କୋଟି

ତୃତୀୟ ଦିନ – ୨୨.୨୦ କୋଟି

ଚତୁର୍ଥ ଦିନ – ୨୬.୭୦ କୋଟି

ପଞ୍ଚମ ଦିନ – ୨୭.୯୦ କୋଟି

ମୋଟ ୧୫୦କୋଟି ପ୍ଲସ

Comment