ଓଡ଼ିଶାଲାଇଭ୍ ବ୍ୟୁରୋ

Vikas khanna

ଏଥର ଲକଡାଉନ ଯୋଗୁଁ “ଇଦ୍”ର ଆସର କିଛି ମାତ୍ରାରେ ଫିକା ପଡ଼ିଥିଲେ ମଧ୍ୟ ସେଫ୍ ବିକାଶ ଖନ୍ନା ଦୁଇ ଲକ୍ଷ ଲୋକଙ୍କ ମୁହଁରେ ହସ ଆଣିବାରେ ସକ୍ଷମ ହୋଇଛନ୍ତି। ଲକଡାଉନରେ ବଲିଉଡର ବଡ଼ ବଡ଼ କଳାକାରମାନେ ବିଭିନ୍ନ ଉପାୟରେ ଲୋକଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏଥିମଧ୍ୟରେ ରହିଛି ଲୋକପ୍ରିୟ ତଥା ଜଣେ ପ୍ରତିଷ୍ଠିତ ସେଫ୍ ଭାବେ ପରିଚିତ ବିକାଶ ଖନ୍ନାଙ୍କ ନାମ।

ଏହି କଥା ବିକାଶ ନିଜେ ଟ୍ୱିଟ୍ କରି ଗଣମାଧ୍ୟମକୁ ଜଣାଇଥିଲେ। ସେ ଲେଖିଥିଲେ “ଏହା ହେଉଛି ଦୁନିଆର ସବୁଠୁ ବଡ଼ ଇଦ୍ ଭୋଜି, ଯେଉଁଠି ମୁମ୍ବାଇରେ ୨ ଲକ୍ଷ୍ୟ ଲୋକଙ୍କୁ ଖାଇବା ବଣ୍ଟାଗଲା ”। ଏହି ଖବର ପରେ ବିକାଶଙ୍କୁ ଚାରିଆଡ଼ୁ ପ୍ରଶଂସା ମିଳିଛି। ଏହିଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଏତେ ଲୋକଙ୍କ ପେଟକୁ ଦାନା ଯୋଗେଇ ସେ ସତରେ ଏହି ଇଦ୍କୁ ଅଧିକ ଖାସ୍ କରିଛନ୍ତି।

vikas khannna

ତେବେ ବିକାଶ ବର୍ତ୍ତମାନ ଆମେରିକାର ଥିବାର ଜଣାପଡ଼ିଛି। ଏତେ ଦୂରେ ଥାଇ ମଧ୍ୟ ସେ ନିଜ ଟିମ୍ ସାହାଯ୍ୟରେ ଏତେ ଲୋକଙ୍କୁ ସାହାଯ୍ୟ କରିପାରିଛନ୍ତି। ଏହି କାର୍ଯ୍ୟ ପାଇଁ ପ୍ରାୟ ୨୦୦ ଲୋକ ଭଲେଣ୍ଟିୟର ଭାବେ ନିୟୋଜିତ ଥିଲେ। ପ୍ରାୟ ଏକ ଲକ୍ଷ କିଲୋ ଖାଦ୍ୟ ସାମଗ୍ରୀ ଯଥା ରାସନ, ଶୁଖିଲା ଫଳ, ମସଲା, ରୋଷେଇ ଜିନିଷ, ଚା, ମିଠା, ଜୁସ୍ ଆଦି ବଣ୍ଟାଯାଇଥିଲା। ଏଥିମଧ୍ୟରେ ସାମାଜିକ ଦୂରତା ପ୍ରତି ମଧ୍ୟ ସଂପୂର୍ଣ୍ଣ ଧ୍ୟାନ ଦିଆଯାଇଥିଲା।

Comment