ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ଏଫଆଇଏଚ୍‌ ‌ପ୍ରୋ-ଲିଗରେ ଆଜି ସନ୍ଧ୍ୟାରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତୀୟ ଟିମ୍। ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଉଭୟ ଦଳ। ଭାରତୀୟ ଦଳ ହରମାନପ୍ରୀତ ସିଂହ ଅଧିନାୟିକତ୍ଵରେ ମଇଦାନକୁ ଓହ୍ଲାଇବ।

ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ଭାରତ ୪-୩ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରୋ-ଲିଗରେ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହୋଇଥିବା ଏକ ସଂଘର୍ଷପୂର୍ଣ ମ୍ୟାଚ୍‌ରେ ଭାରତ ସ୍ପେନଠାରୁ ୩-୨ ଗୋଲରେ ପରାଜୟ ହୋଇଥିଲା।

ଆଜିର ମ୍ୟାଚରେ ପୁଣି ଥରେ ପ୍ରଥମ ମ୍ୟାଚର ପ୍ରଦର୍ଶନକୁ ଦୋହରାଇବାକୁ ଆଶା ରଖିଛି ଭାରତ। ପୂର୍ବ ମ୍ୟାଚରେ ରହିଥିବା ଦୁର୍ବଳତାର ସଂଶୋଧନ କରି ଗ୍ରାଉଣ୍ଡକୁ ଓହ୍ଲାଇବ ଭାରତୀୟ ଦଳ।

Tags: #Sports #FIHProLeague #IndiaTeam #Newzealand #Match #KalingaStadium #Hockey

Comment