ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି।

ଅନାମ ନାୟକଙ୍କ ଭବାନୀପାଟଣାସ୍ଥିତ ନକଟିଗୁଡ଼ା ବାସଭବନ, ମଦନପୁର ରାମପୁରରେ ଥିବା ଏକ ହୋଟେଲରେ ମଧ୍ୟ ରେଡ୍‌ କରିଛି ଭିଜିଲାନ୍ସ। ତେବେ ଏହି ଚଢ଼ାଉ ବେଳେ କେତେ ପରିମାଣର ସମ୍ପତ୍ତି ମିଳିଥିବା ଏଯାବତ୍‌ ଜଣାପଡ଼ି ନାହିଁ।

ପୂର୍ବରୁ ଅନାମ ନାୟକଙ୍କ ନାମରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ତା’ଛଡ଼ା ତାଙ୍କ ପୁଅଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଥିଲା।

ଅନାମ ନାୟକ ୨୦୧୪ରେ ବିଜେଡି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ।

Comment